ବିହାର- ସର୍ଟ ସର୍କିଟ ଯୋଗୁ ଲାଗିଥିବା ନିଆଁରେ ଗୋଟିଏ ପରିବାରରେ 5ଜଣଙ୍କ ମୃତ୍ୟୁ
ପାଟଣା, 15 ନଭେମ୍ବର (ହି.ସ.)- ବିହାରର ମୁଜାଫରପୁରରେ ସର୍ଟ୍ ସର୍କିଟ୍‌ରୁ ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଜୀବନ୍ତ ଜଳିଯାଇଛନ୍ତି। ଏହି ଘଟଣାରେ ଅନ୍ୟ ପାଞ୍ଚଜଣ ଗୁରୁତର ଭାବରେ ପୋଡିଯାଇଛନ୍ତି, ସେମାନେକୁ ମେଡିକାଲକୁ ପଠାଯାଇଛି
ବିହାର- ସର୍ଟ ସର୍କିଟ     ଯୋଗୁ ଲାଗିଥିବା ନିଆଁରେ ଗୋଟିଏ ପରିବାରରେ 5ଜଣଙ୍କ ମୃତ୍ୟୁ


ପାଟଣା, 15 ନଭେମ୍ବର (ହି.ସ.)- ବିହାରର ମୁଜାଫରପୁରରେ

ସର୍ଟ୍ ସର୍କିଟ୍‌ରୁ ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ଗୋଟିଏ ପରିବାରର ପାଞ୍ଚଜଣ

ସଦସ୍ୟ ଜୀବନ୍ତ ଜଳିଯାଇଛନ୍ତି। ଏହି ଘଟଣାରେ ଅନ୍ୟ ପାଞ୍ଚଜଣ ଗୁରୁତର ଭାବରେ ପୋଡିଯାଇଛନ୍ତି, ସେମାନେକୁ ମେଡିକାଲକୁ ପଠାଯାଇଛି।

ଡିଏସ୍‌ପି ପଶ୍ଚିମୀ

ସୁଚିତ୍ରା କୁମାରୀ ପାଞ୍ଚ ଲୋକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି। ପରିବାରର ସଦସ୍ୟମାନେ

ବାହାରକୁ ବି ବାହାରି ପାରିନଥିଲେ। ମୃତକମାନଙ୍କ ମଧ୍ୟରେ ଦୁଇ ଶିଶୁ, ସେମାନଙ୍କ ମାତା–ପିତା ଏବଂ ଅନ୍ୟ ଜଣେ ସଦସ୍ୟ ଅଛନ୍ତି।

ଘଟଣାର ସୂଚନା ମିଳିବା ସହିତ

ଫାୟାର୍ ବ୍ରିଗେଡ୍ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସେତେବେଳକୁ ନିଆଁ ଘରକୁ ପୂରାପୁରି ଘେରି ନେଇଥିଲା। ସ୍ଥାନୀୟ

ଲୋକମାନଙ୍କ ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, ଯାହା ପରେ ଆହତମାନଙ୍କୁ ତୁରନ୍ତ ମେଡିକାଲ୍ କଲେଜ୍‌କୁ ପଠାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande