ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲବାଦୀଙ୍କ ସହ ସଂଘର୍ଷରେ ଆଇଇଡି ବ୍ଲାଷ୍ଟ, ଜଣେ ଜବାନ ଆହତ
ବୀଜାପୁର/ରାୟପୁର, ୧୪ ନଭେମ୍ବର(ହି.ସ.) – ଛତିଶଗଡ଼ର ବୀଜାପୁର ଜିଲ୍ଲାର ଭୋପାଳପଟନମ କ୍ଷେତ୍ରର ନେସନାଲ ପାର୍କ ଅଂଚଳରେ ପୋଲିସ୍ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଆଇଇଡି ବ୍ଲାଷ୍ଟ ହୋଇଛି। ଏହି ବିସ୍ଫୋରଣ ମଧ୍ୟକୁ ଆସି ଏସ୍‌ଟିଏଫ୍‌ର ଏକ ଜବାନ ଆହତ ହୋଇଛି। ଘଟଣାର ଆଧିକାରିକ ପୁଷ୍ଟି ବୀଜାପୁର
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲବାଦୀଙ୍କ ସହ ସଂଘର୍ଷରେ ଆଇଇଡି ବ୍ଲାଷ୍ଟ, ଜଣେ ଜବାନ ଆହତ


ବୀଜାପୁର/ରାୟପୁର, ୧୪ ନଭେମ୍ବର(ହି.ସ.) – ଛତିଶଗଡ଼ର ବୀଜାପୁର ଜିଲ୍ଲାର ଭୋପାଳପଟନମ କ୍ଷେତ୍ରର ନେସନାଲ ପାର୍କ ଅଂଚଳରେ ପୋଲିସ୍ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଆଇଇଡି ବ୍ଲାଷ୍ଟ ହୋଇଛି। ଏହି ବିସ୍ଫୋରଣ ମଧ୍ୟକୁ ଆସି ଏସ୍‌ଟିଏଫ୍‌ର ଏକ ଜବାନ ଆହତ ହୋଇଛି। ଘଟଣାର ଆଧିକାରିକ ପୁଷ୍ଟି ବୀଜାପୁରର ଅତିରିକ୍ତ ପୋଲିସ୍ ଅଧିକ୍ଷକ ଚନ୍ଦ୍ରକାନ୍ତ ଗବର୍ଣା କରିଛନ୍ତି।

ଆହତ ଜବାନଙ୍କୁ ତୁରନ୍ତ ରାୟପୁର ରେଫର କରାଯାଇଛି। ଏବେ ଅଂଚଳରେ ସଂଘର୍ଷରେ ଚାଲୁ ରହିଛି ଏବଂ ସୁରକ୍ଷା ବଳ ପୁରା ସତର୍କତା ସହିତ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଅତିରିକ୍ତ ପୋଲିସ୍ ଅଧିକ୍ଷକ ଆଜି କହିଛି ଯେ ସୁରକ୍ଷା ବଳର ଟିମ୍ ସକାଳେ ଏରିଆ ଡାମିନେଶନ ପାଇଁ ବାହାରିଥିଲା। ଟିମ୍ ଯେତେବେଳେ ଜଙ୍ଗଲର ଭିତର ଅଂଚଳରେ ବୁଲୁଥିଲେ ସେତେବେଳେ ମାଓବାଦୀମାନଙ୍କ ଦ୍ୱାରା ଲଗାଯାଇଥିବା ପ୍ରେସର ଆଇଇଡି ଉପରେ ଜଣେ ଯବାନର ପାଦ ପଡ଼ିଯାଇଥିଲା ଏବଂ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଆହତ ଯବାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ସୁରକ୍ଷିତ ବାହାରକରି ପ୍ରାଥମିକ ଚିକିତ୍ସା ପରେ ହେଲିକାପ୍ଟରରେ ରାୟପୁର ପଠାଯାଇଛି। ଆହତ ଯବାନଙ୍କ ପରିସ୍ଥିତି ବର୍ତମାନ ସ୍ଥିର ଅଛି ଏବଂ ସେ ବିପଦରୁ ବାହାରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande