ଇଡି ଅନିଲ ଅମ୍ବାନୀଙ୍କ ଭର୍ଚୁଆଲ୍ ହାଜିରା ପାଇଁ ଅନୁରୋଧକୁ କରିଛି ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ, ୧୪ ନଭେମ୍ବର (ହିସ)- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଏଡିଏଜି ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଡି. ଅମ୍ବାନୀଙ୍କ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ପଚରାଉଚରା ପାଇଁ ହାଜର ହେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଜି ଅମ୍ବାନୀଙ୍କୁ ପଚରାଉଚରା ପାଇଁ ସମନ କରାଯାଇଥିଲା, କିନ୍ତୁ ସେ ବ୍ୟକ୍ତ
ଇଡି ଅନିଲ ଅମ୍ବାନୀଙ୍କ ଭର୍ଚୁଆଲ୍ ହାଜିରା ପାଇଁ ଅନୁରୋଧକୁ କରିଛି ପ୍ରତ୍ୟାଖ୍ୟାନ


ନୂଆଦିଲ୍ଲୀ, ୧୪ ନଭେମ୍ବର (ହିସ)- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଏଡିଏଜି ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଡି. ଅମ୍ବାନୀଙ୍କ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ପଚରାଉଚରା ପାଇଁ ହାଜର ହେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଜି ଅମ୍ବାନୀଙ୍କୁ ପଚରାଉଚରା ପାଇଁ ସମନ କରାଯାଇଥିଲା, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ହାଜର ହୋଇ ନଥିଲେ।

ଆନୁଷ୍ଠାନିକ ସୂତ୍ର ଅନୁଯାୟୀ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇ ପାରି ନଥିଲେ। ବ୍ୟବସାୟୀ ଅନିଲ ଅମ୍ବାନୀ ଅନଲାଇନରେ ପଚରାଉଚରା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକତା ପ୍ରକାଶ କରି ଏକ ଇମେଲ୍ ପଠାଇଥିଲେ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଭର୍ଚୁଆଲ୍ ହାଜିରା ପାଇଁ ଅନୁମତି ଦେଇ ନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande