
ବେଙ୍ଗାଲୁରୁ, 14 ନଭେମ୍ବର (ହି.ସ.)- ପରିବେଶ
ସୁରକ୍ଷାକୁ ନିଜ ଜୀବନର ଲକ୍ଷ୍ୟ କରିଥିବା କର୍ଣ୍ଣାଟକର ପଦ୍ମଶ୍ରୀ ସମ୍ମାନିତ ‘ବୃକ୍ଷମାତା’ ସାଲୁମର୍ଦା ଥିମକ୍କାଙ୍କ ବୁଧବାର ଦ୍ୱିପ୍ରହରରେ ଦେହାନ୍ତ ଘଟିଛି। ସେ
114 ବର୍ଷ ବୟସ୍କ ଥିଲେ। ଶ୍ୱାସଜନିତ ସମସ୍ୟା ପରେ ଗତ କିଛି ଦିନ ହେବା ତାଙ୍କୁ ବେଙ୍ଗଲୁରୁର
ଜୟନଗରର ଏକ ବେସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଯେଉଁଠାରେ ସେ ଆଜି
ପ୍ରାୟ 12ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ରାଜ୍ୟର
ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ତାଙ୍କର ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଥିମକ୍କାଙ୍କ ଜୀବନ ପରିବେଶ ସୁରକ୍ଷା ପ୍ରତି ସମର୍ପଣର ଏକ ଅଦ୍ଭୁତ ଦୃଷ୍ଟାନ୍ତ। ସେ
କହିଛନ୍ତି, ଯଦିଓ ଥିମକ୍କା ଆଜି ଆମକୁ ଛାଡ଼ି ଚାଲିଗଲେ, କିନ୍ତୁ ପ୍ରକୃତି ପ୍ରତି ତାଙ୍କର ପ୍ରେମ ତାଙ୍କୁ ଅମର କରିଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା