
ଚଣ୍ଡୀଗଡ଼, ୧୪ ନଭେମ୍ବର(ହି.ସ.) – ପଞ୍ଜାବରେ ତରନତାରନ ବିଧାନସଭା ଉପନିର୍ବାଚନରେ ପୁଣିଥରେ ସରକାରରେ ଥିବା ଆମ୍ ଆଦମୀ ପାର୍ଟିକୁ ଜିତ୍ ମିଳିଛି। ଆମ୍ ଆଦମୀ ପାର୍ଟିର ହରମିତ ସିଂହ ସଂଧୁ ଏଠାରେ ଶିରୋମଣି ଅକାଳୀ ଦଳର ସୁଖବିନ୍ଦର କୌରଙ୍କୁ ୧୨୦୯୧ ଭୋଟ୍ରେ ହରାଇଛି। ଏହି ସିଟ୍ରେ କଂଗ୍ରେସ ଚତୁର୍ଥ ତଥା ଭାଜପା ପଂଚମ ନମ୍ବରକୁ ଚାଲିଯାଇଛି।
ତରନତାରନ ସିଟ୍ ପୂର୍ବରୁ ଆମ୍ ଆଦବୀ ପାର୍ଟି ପାଖରେ ଥିଲା। ଆପ୍ ବିଧାୟକ କାଶ୍ମୀର ସିଂହ ସୋହଲଙ୍କ ନିଧନ ପରେ ଏଠାରେ ଉପନିର୍ବାଚନ ହୋଇଛି। ତରନତାରନରେ ୧୧ ନଭେମ୍ବରକୁ ୬୦.୯୫ ପ୍ରତିଶତ ମତଦାନ ହୋଇଥିଲା। ରାଜ୍ୟ ନିର୍ବାଚନ ଆୟୋଗ ଅନୁଯାୟୀ ଆମ୍ ଆଦମୀ ପାର୍ଟିର ହରମିତ ସିଂହ ସଂଧୁଙ୍କୁ ଏଠାରେ ମୋଟ ୪୨ ହଜାର ୬୪୯ ଭୋଟ୍ ମିଳିଛି। ଦ୍ୱିତୀୟ ନମ୍ବରରେ ଶିରୋମଣି ଅକାଳୀ ଦଳର ସୁଖବିନ୍ଦର କୌରଙ୍କୁ ୩୦ ହଜାର ୫୫୮ ଭୋଟ୍ ମିଳିଛି। ଚତୁର୍ଥ ଥର ଏହି ହଲକେରୁ ବିଧାୟକ ହୋଇଥିବା ହରମିତ ସିଂହ ସନ୍ଧୁ ଅକାଳୀ ଦଳ ପ୍ରାର୍ôଥଙ୍କୁ ୧୨୦୯୧ ଭୋଟ୍ରେ ହରାଇଲା। ଏହି ସିଟ୍ରେ ତୃତୀୟ ନମ୍ବରରେ କଟ୍ଟରପନ୍ଧୀ ସାଂସଦ ଅମୃତପାଲ ସିଂହଙ୍କ ପାର୍ଟି ଅକାଳୀ ଦଳ ଉତରାଧିକାରୀ ପଞ୍ଜାବର ପ୍ରତ୍ୟାଶୀ ମନଦୀପ ସିଂହ ଖାଲସା ଥିଲେ, ଯାହାଙ୍କୁ ୧୯୬୨୦ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ କରନବୀର ସିଂହ ୧୫୦୭୮ ଭୋଟ୍ରେ ଚତୁର୍ଥ ସ୍ଥାନରେ ୬୨୩୯ ଭୋଟ୍ ନେଇ ବିଜେପିର ହରଜୀତ ସିଂହ ସଂଧୁ ପଂଚମ ସ୍ଥାନରେ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି