ଆଜି ଗୁଜରାଟରେ ଜନଜାତୀୟ ଗୌରବ ଦିବସରେ 9700 କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପିଏମ ମୋଦି
ନୂଆଦିଲ୍ଲୀ, 15ନଭେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଆୟୋଜିତ ଜନଜାତିୟ ଗୌରବ ଦିବସରେ ଧରତି ଆବା ଭଗବାନ ବିରସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ଏହି ସମୟରେ ସେ 9,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶି
ଆଜି ଗୁଜରାଟରେ ଜନଜାତୀୟ ଗୌରବ ଦିବସରେ 9700 କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପିଏମ ମୋଦି


ନୂଆଦିଲ୍ଲୀ, 15ନଭେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଆୟୋଜିତ ଜନଜାତିୟ ଗୌରବ ଦିବସରେ ଧରତି ଆବା ଭଗବାନ ବିରସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ଏହି ସମୟରେ ସେ 9,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ।

ପିଏମଓ ଅନୁସାରେ, ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର 12:45 ମିନିଟ ସମୟରେ ଦେଵମୋଗରା ମନ୍ଦିରରେ ପୂଜା ଓ ଦର୍ଶନ କରିବେ, ଏହାପରେ ପ୍ରାୟ 2:30 ମିନିଟ୍ ସମୟରେ ଦେଦିଆପାଡାରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କୁ ସମ୍ବୋଧିତ କରିବେ। ସେହିପରେ ପ୍ରଧାନମନ୍ତ୍ରୀ ମୋଦୀ 1,900 କୋଟି ଟଙ୍କା ବ୍ୟୟରେ ନିର୍ମିତ 42 ଟି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ମଡେଲ ଆବାସୀୟ ବିଦ୍ୟାଳୟର ଉଦ୍ଘାଟନ କରିବେ। ସେଥିସହ ଅନେକ ସମୁଦାୟମୁଖୀ କାର୍ଯ୍ୟକଳାପ ପାଇଁ ହବ୍‌ ଭାବେ ପରିଣତ ହେବାକୁ ଥିବା 228ଟି ବହୁଉଦ୍ଦେଶୀୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ ହେବ।

ଏହାସହିତ ସେ 748 କିଲୋମିଟର ନୂତନ ସଡ଼କର ଶିଳାନ୍ୟାସ କରିବେ। ଧରତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 14ଟି ଟ୍ରାଇବାଲ୍ ମଲ୍ଟି ମାର୍କେଟିଂ ସେଣ୍ଟର ନିର୍ମାଣ ହେବ। ସେ 50ଟି ନୂତନ ଏକଲବ୍ୟ ମଡେଲ ବିଦ୍ୟାଳୟର ଭିତିପ୍ରସ୍ତର ରଖିବେ, ଯାହାର ମୋଟ ବ୍ୟୟ 2,320 କୋଟି ଟଙ୍କାରୁ ଅଧିକ।

ଏହି ଅବସରରେ ଆସାମ ମେଡିକାଲ କଲେଜ, ଦିବ୍ରୁଗଡ଼ର ସେଣ୍ଟର ଅଫ୍ କମ୍ପିଟେନ୍ସ ଏବଂ ମଣିପୁରର ଇମ୍ଫାଲ୍‌ରେ ଥିବା ଟ୍ରାଇବାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନୂତନ ଭବନକୁ ଆଦିବାସୀ ସଂସ୍କୃତି ସୁରକ୍ଷଣ ପାଇଁ ଉଦ୍‌ଘାଟନ କରାଯିବ। ଗୁଜରାଟର 14ଟି ଆଦିବାସୀ ଜିଲ୍ଲା ପାଇଁ 250ଟି ବସ୍‌ ମଧ୍ୟ ପ୍ରସ୍ଥାନ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande