ଜନଆରୋଗ୍ୟ ସମିତିରେ ସ୍ବାସ୍ଥ୍ୟ ମେଳା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ
ଗଂଜାମ, 15 ନଭେମ୍ବର (ହି.ସ.) ଶେରଗଡ ବ୍ଳକର ପିତ୍ତଳ ଜନଆରୋଗ୍ୟ ସମିତିରେ ମାଗଣା ସ୍ୱାସ୍ଥ୍ୟ ମେଳା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୋଗ ଶିକ୍ଷକ ହରିବଂଧୁ ନାୟକ ମେଳାରେଯୋଗ ଦେଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଯୋଗ ଶିକ୍ଷାଦାନ କରିଥିଲେ।
ଆୟୁଷ୍ମାନ ଆରୋଗ୍ୟ ଶିବିର


ଗଂଜାମ, 15 ନଭେମ୍ବର (ହି.ସ.) ଶେରଗଡ ବ୍ଳକର ପିତ୍ତଳ ଜନଆରୋଗ୍ୟ ସମିତିରେ ମାଗଣା ସ୍ୱାସ୍ଥ୍ୟ ମେଳା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୋଗ ଶିକ୍ଷକ ହରିବଂଧୁ ନାୟକ ମେଳାରେଯୋଗ ଦେଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଯୋଗ ଶିକ୍ଷାଦାନ କରିଥିଲେ। ଏହା ପରେ ମେଳାରେ ଉପସ୍ଥିତ ରୋଗୀମାନଙ୍କୁ ଡାକ୍ତର ମାନସ ରଂଜନ ବିଷୋଇ ଓ ଆୟୁଷ ଡାକ୍ତର ଦେବାଶିଷ ଶତପଥୀ ଚିକିତ୍ସା କରି ପରାମର୍ଶ ଦେଇଥିଲେ । ଫାର୍ମାସୀ ଅଧିକାରୀ କିରଣ ଶବର ଡାକ୍ତରଙ୍କ ବ୍ୟବସ୍ଥା ପତ୍ର ଅନୁସାରେ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବିତରଣ କରିଥିଲେ । ଏଥିରେ ଅତିଥି ରୂପେ ଡାକ୍ତର ହୃଷୀକେଶ ମହାନ୍ତି ଯୋଗଦେଇ ଆୟୁଷ୍ମାନ ଆରୋଗ୍ଯ ଶିବିରର ସୁବିଧାଓସୁଯୋଗ ଜନ ସାଧାରଣ ନେବାକୁ ପରାମର୍ଶ ଦେଇଥିଲେ । ଏଲ୍ଟି ପ୍ରତିୱାସାହୁ, ଡାକ୍ତର ଖାନା କର୍ମଚାରୀ ପଂଚାନନଗୌଡ, ଶରତ କୁମାର ପଟ୍ଟନାୟକ ରୋହିତ ନାୟକ, ଦୟାନିଧିନାୟକ ପ୍ରମୁଖ ମେଳା ପରିଚାଳନାରେ ସହଯୋଗ କରିଥିଲେ ।ମେଳାରେ ସ୍ଥାନୀୟ ଆଖପାଖ ଅଞ୍ଚଳର ବହୁ ରୋଗୀ ଆସି ଚିକିତ୍ସିତ ହୋଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande