
ଜମ୍ମୁ, 15 ନଭେମ୍ବର (ହି.ସ.)- ଜମ୍ମୁ-କାଶ୍ମୀରରେ
ଶ୍ରୀନଗରର ନୌଗାମ ପୁଲିସ ଥାନାରେ ଶୁକ୍ରବାର ରାତି ପ୍ରାୟ 12ଟା ସମୟରେ ଘଟିଥିବା ଭୟଙ୍କର
ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢ଼ି 7ରେ ପହଞ୍ଚିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନେକଙ୍କ
ଅବସ୍ଥା ଗୁରୁତର ଅଛି। ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଉ ବଢ଼ିବାର ଆଶଙ୍କା
ଅଛି। ବିସ୍ଫୋରଣ ସମୟରେ ଲାଗିଥିବା ନିଆଁରେ ସେଠାରେ ରଖାଯାଇଥିବା ଅନେକ ଗାଡି ଜଳିଯାଇଛି। ବିସ୍ଫୋରଣ
ଏତେ ଭୟଙ୍କର ଥିଲା ଯେ ଛାନପୋରା, ସନତନଗର, ରାୱଲପୋରା ଏବଂ ପଂଥାଚୌକ ଭଳି ଦୂରସ୍ଥ ଅଞ୍ଚଳରେ ମଧ୍ୟ ଏହାର ଶବ୍ଦ
ଶୁଣିବାକୁ ମିଳିଥିଲା। ଘଟଣା ପରେ ପୁଲିସ ସମଗ୍ର ଅଞ୍ଚଳକୁ ସିଲ କରିଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା