ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)ନୂଆପଡ଼ାର ନୂଆ ରୂପ ଦେଖିବ ଓଡ଼ିଶା- ମୁଖ୍ୟମନ୍ତ୍ରୀ - ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଢୋଲକିଆଙ୍କ ଅଭୂତପୂର୍ବ ବିଜୟ ହୋଇଛି । ମହାପ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)ନୂଆପଡ଼ାର ନୂଆ ରୂପ ଦେଖିବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଜୟ ଢୋଲକିଆଙ୍କ ଅଭୂତପୂର୍ବ ବିଜୟ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ

ଆଶୀର୍ବାଦ ପାଇଁ ଯିବେ । ଏହି ଅବସରରେ ପାର୍ଟି

ଅଫିସରେ ସମସ୍ତେ ସମ୍ବର୍ଦ୍ଧନା ପାଇଁ ଏକତ୍ରୀତ ହୋଇଛନ୍ତି । ଗତକାଲି ପ୍ରଦେଶ

କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ହୋଇଛି ।

ନୂଆପଡ଼ା ବିକାଶ ପାଇଁ ବହୁ କିଛି ଯୋଜନା ହୋଇଛି । ଆମେ ଦାୟିତ୍ଵ ନେଇଛୁ, ୩୨୦ କୋଟି ଟଙ୍କା ପ୍ରକଳ୍ପର ଯୋଜନା ହାତକୁ ନିଆଯାଇଛି । ସ୍ଵର୍ଗତ ରାଜୁ ଢୋଲକିଆଙ୍କ ଦେହାନ୍ତ ପରେ

ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲି । ସେ ୪ ଥର ବିଧାୟକ ଓ ମୁଁ ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କରେ ଥିଲି । ରାଜନୀତି ଓ ବ୍ୟକ୍ତିଗତ ସମ୍ପର୍କର

ସବୁବେଳେ ଭିନ୍ନ । ନୂଆପଡ଼ା ବାସୀଙ୍କୁ ଆମେ

ଅନେକ୍ ପ୍ରକଳ୍ପ ଭେଟି ଦେଇଛୁ । ଆମ ଦଳରେ

ପ୍ରତିଟି ବ୍ୟକ୍ତି ସ୍ଵାଧୀନ ଭାବେ କାମ କରୁଛନ୍ତି । କିନ୍ତୁ ସ୍ଵର୍ଗତ

ରାଜୁ ଢୋଲକିଆ ବିଜେଡିରେ ଥିବା

ବେଳେ ନୂଆପଡ଼ା ବାସୀଙ୍କ ଅସୁବିଧାକୁ

ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିପାରୁନଥିଲେ ।ଆଜି ସେ କାର୍ଯ୍ୟ ପୂରଣ କରିବାକୁ ତାଙ୍କ ପୁଅ ଜୟ ଅଣ୍ଟା ଭିଡିଛନ୍ତି । ଆମ ଦଳ

ସେ ସୁଯୋଗ ଦେବ ।

ମୁଖ୍ୟମନ୍ତ୍ରୀ ପାଲଟା

ପ୍ରଶ୍ନ କରି କିଏ ବେଇମାନ

ବୋଲି ଆଜି ପୁନଃ

ପ୍ରଶ୍ନ କରିଛନ୍ତି? ବିଜୁ ଜନତା

ଦଳ ଇତିହାସ ଦେଖୁ । କିଏ

ଚୋର ନିଜକୁ ପ୍ରଶ୍ନ କରୁ । ନବୀନ

ବାବୁଙ୍କୁ ଯିଏ ଦଳକୁ ଆଣିଥିଲେ

ସେମାନେ ଏବେ କେଉଁଠି ।

କିଏ କାହାକୁ ବେଇମାନି

କରିଛି ତାହା ସମସ୍ତଙ୍କୁ ଜଣା । ନୂଆପଡ଼ାବାସୀଙ୍କ ପାଇଁ ରାଷ୍ଟ୍ରୀୟ ବିଚାର ଧାରାର ପାର୍ଟି କେବଳ ବିଜେପି

ହିଁ କାମ କରିବ । ଲୋକ ଉଚିତ

ଜବାବ ଦେଇଛନ୍ତି । ଜୟ ତାଙ୍କ ପରାକାଷ୍ଠା ଦେଖାଇବେ ।ନୂଆପଡ଼ା ପ୍ରଗତି ରାସ୍ତାର ସାରଥି

ହେବେ ଜୟ ଢୋଲକିଆ । ସମୃଦ୍ଧ ଓଡ଼ିଶା ଓ ସଶକ୍ତ ଓଡ଼ିଶାରେ

ନୂଆପଡ଼ା ମଧ୍ୟ ଅଙ୍ଗ ହେବ । ନୂଆପଡ଼ାର ନୂଆ ରୂପ ଦେଖିବ ଓଡ଼ିଶା ।

ସେହିକରି ନୂଆପଡା ବିଜୟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ

କହିଛନ୍ତି ବିପୁଳ ବିଜୟ

ଆଜି ଲୋକଙ୍କ ପାଇଁ ହୋଇଛି । ସାଧରଣରେ ଲୋକଙ୍କ ନିଷ୍ଠା ଓ ଅଖଣ୍ଡ ପରିଶ୍ରମ ପାଇଁ ଏହା

ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀଙ୍କ

ଉପରେ ବିଶ୍ବାସ ଓ ମୁଖ୍ୟମନ୍ତ୍ରୀଙ୍କ

ଦକ୍ଷତାକୁ ସମସ୍ତେ ଗ୍ରହଣ କରିଛନ୍ତି । ବିହାର ଓ ଓଡିଶା ନିର୍ବାଚନ ସମସ୍ତଙ୍କୁ ଖୁସି କରିଛି ।

ଲୋକଙ୍କ ପାଇଁ ଦେଇଥିବା କଥା ଆମେ ନିଶ୍ଚୟ କରିବୁ

ବୋଲି ସେ କହିଛନ୍ତି ।

ଜୟଙ୍କ ବିଜୟ ପରେ ପତ୍ନୀ ସୁମାନ୍‌ ଢୋଲକିଆଙ୍କ ପ୍ରତିକ୍ରିୟା ରଖି

କହିଛନ୍ତି ଯେ, ବିଜୟର ସବୁ ଶ୍ରେୟ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ ସଦସ୍ୟଙ୍କୁ ଦେବାକୁ

ଚାହିଁବି । ଭୋଟର ମାନେ ସପୋର୍ଟ କଲେ ଓ ଆମକୁ ସେବା କରିବାକୁ ସୁଯୋଗ ଦେଲେ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ

ସଭାପତି,ଜୟ ଢୋଲକିଆ, ଅନ୍ୟାନ୍ୟମନ୍ତ୍ରୀଗଣ ପ୍ରମୁଖ

ଉପସ୍ଥିତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande