ଜନନାୟକ ବୀର ଶହୀଦ୍ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ବୀର ଶହୀଦ୍ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
ଜନନାୟକ ବୀର ଶହୀଦ୍ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ବୀର

ଶହୀଦ୍ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଅସ୍ମିତାର

ପ୍ରେରଣାସ୍ତମ୍ଭ ଏବଂ ଜଳ-ଜଙ୍ଗଲ-ଜମିନର ସୁରକ୍ଷାର ଅକ୍ଷୟ ପ୍ରତୀକ ‘ଧରତି ଆବା’ ଭଗବାନ ବିରସା

ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ନମନ ଏବଂ ଦେଶବାସୀଙ୍କୁ ‘ଜନଜାତୀୟ ଗୌରବ

ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା।

ଭଗବାନ ବିରସା ମୁଣ୍ଡାଜୀ ଜନଜାତୀୟ ସମାଜର ଅଧିକାର ଏବଂ ସମ୍ମାନ ପାଇଁ

ଯେ ଐତିହାସିକ ସଂଘର୍ଷ କରିଥିଲେ, ସେଥିରେ ବିଦେଶୀ ଶକ୍ତିର

ଭିତକୁ କମ୍ପିତ କରି ଏକ ନୂତନ ବିପ୍ଳବର ଧାରା ପ୍ରବାହିତ ହୋଇଥିଲା। ତାଙ୍କ ଅଦମ୍ୟ ସାହସ, ରାଷ୍ଟ୍ରପ୍ରତି

ନିଷ୍ଠା ଏବଂ ସମାଜ-ଉଦ୍ଧାରର ସଂକଳ୍ପ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟକୁ କର୍ତ୍ତବ୍ୟ, ସେବା ଏବଂ ସ୍ୱାଭିମାନର ସର୍ବୋଚ୍ଚ

ଆଦର୍ଶରେ ଚାଲିବା ପାଇଁ ପ୍ରେରଣା ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande