ଚୋରି ମାମଲାରେ ୬ ଗିରଫ : ସୁନା ଗହଣା, ଟଙ୍କା ଜବତ
ଜୟପୁର, ୧୬ ନଭେମ୍ବର (ହି.ସ.)- ଚୋରି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦୁଗୁଡାର କାର୍ତିକ ମୁଦୁଲି ଏଲିୟସ ରାହୁଲ (୧୯), ମନୋଜ ଜାନୀ (୧୯), ବଣ୍ଡାଗୁଡାର ସଞ୍ଜିବ ଖରା (୨୫), ଫଟକିଜାମ ଗ୍ରାମର ବାବୁଲା ବାଘ (୨୫) ସେମିଳିଗୁଡାର ବାବ
ଚୋରି ମାମଲାରେ ୬ ଗିରଫ, ସୁନା ଗହଣା, ଟଙ୍କା ଜବତ


ଜୟପୁର, ୧୬ ନଭେମ୍ବର (ହି.ସ.)- ଚୋରି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦୁଗୁଡାର କାର୍ତିକ ମୁଦୁଲି ଏଲିୟସ ରାହୁଲ (୧୯), ମନୋଜ ଜାନୀ (୧୯), ବଣ୍ଡାଗୁଡାର ସଞ୍ଜିବ ଖରା (୨୫), ଫଟକିଜାମ ଗ୍ରାମର ବାବୁଲା ବାଘ (୨୫) ସେମିଳିଗୁଡାର ବାବୁଲା କୁଳଦୀପ (୪୮) ମୁଖିବିଡେଇ ଗ୍ରାମର ପ୍ରହଲ୍ଲାଦ ଖିଲ ଏଲିୟସ ରବି (୩୨) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୬ଟି ମୋବାଇଲ, ଚୋରି ହୋଇଥିବା ସୁନା ଗହଣା ଜବତ କରିଛି । ଏନେଇ ଆଜି ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଗୁଡା ଗ୍ରାମରର ଭାଷ୍କର ଭୁୟାଁ ଗତ ୫.୧୧.୨୫ ତାରିଖରେ କାର୍ତିକ ପୁର୍ଣିମା ଅବସରରେ ଭୋର ସମୟରେ ମନ୍ଦିର ଯାଇ ଫେରିବା ସମୟରେ ଘରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଦୁର୍ବୁତ୍ତ ମାନେ ଘରର କବାଟ ଭାଙ୍ଗି ଘରେ ପସି ୩୫ ହଜାର ଟଙ୍କା, ସୁନା ଗହଣା ଆଦି ଚୋରି କରି ନେଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ୩୩୧/ ୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲ । ତଦନ୍ତରେ ଜାଣି ପୋଲିସ ସୌରାଗୁଡାର ମନୋଜ ଜାନି ଓ କେନ୍ଦୁଗୁଡାର କାର୍ତିକ ମୁଦୁଲି ଏବଂ ୩ ଜଣ ସହଯୋଗୀ ଘର ତାଲା ଭାଙ୍ଗି ଚୋରି କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଫଟକିଜାମର ବାବୁଲା ବାଘ, ବଣ୍ଡାଗୁଡାର ସଞ୍ଜିବ ଖରା ସେମିଳିଗୁଡା ବାବୁଲା କୁଳଦିପ, ମୁଖିବିଢେଇ ଗ୍ରାମର ପ୍ରହଲ୍ଲାଦ ଖିଲ ସୁନା ଗହଣାକୁ ରିସିଭ କରିଥିଲେ । ଗତ ୭ା୧୧ା୨୫ ତାରିଖରେ ଚୋରି ସୁନାକୁ ମୁଥୁଟ ଫାଇନାନ୍ସରେ ପ୍ରହଲ୍ଲାଦ ଖିଲଙ୍କ ସୁନା କହି ବାବୁଲା କୁଳଦିପ ନାମରେ ବନ୍ଧକ ରଖିଥିଲେ । ପୋଲିସ ତଦନ୍ତରୁ ଜାଣି ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଏସଡିପିଓ ପାର୍ଥ କସ୍ୟପ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande