
Odisha, 16 ନଭେମ୍ବର (ହି.ସ.)ଖୋର୍ଦ୍ଧା, ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଭଏସ ଅଫ ମେଡିଆ ତରଫରୁରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅବକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ,ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍ କାଉନ୍ସିଲ୍ର ଭୂମିକା ମହତ୍ତ୍ୱପୂର୍ଣ୍ଣ । ପ୍ରେସ୍ ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡିଏସପି ଅନିଲ ମହାନ୍ତି ବିଶ୍ୱର ଆହୁରି ଅନେକ ଦେଶରେ ପ୍ରେସ୍ କାଉନ୍ସିଲ୍ ଅଛି। ତେବେ ଭାରତର ପ୍ରେସ୍ କାଉନ୍ସିଲ୍ ର ମାନ୍ୟତା ଭିନ୍ନ। କାରଣ, ସାରା ବିଶ୍ୱରେ ଏହା ଏକମାତ୍ର ସଙ୍ଗଠନ ଯାହା ପ୍ରେସ୍ର ସ୍ୱାଧୀନତା ରକ୍ଷା ପାଇଁ ଅନ୍ୟାନ୍ୟ ଅଙ୍ଗ ଉପରେ ପ୍ରଭୁତ୍ୱ ଜାହିର କରିପାରେ।, ସ୍ବତନ୍ତ୍ର ଅତିଥି ଭାବେ ଡ଼ ସଞ୍ଜୟ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ସମୟ ରେ ଗଣମାଧ୍ୟମ ଉପରେ ଜୁଲୁମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଆଜି ର ଦୁନିଆ ରେ ସାମ୍ବାଦିକ ଙ୍କ ସ୍ୱାଧୀନତା କୁ ବାରମ୍ବାର ଅନେକ ପରିସ୍ଥିତି ରେ ଅଙ୍କୁଶ ଲଗା ଯାଉଛି । ସାମ୍ବାଦିକତା ଏକ ନିଷ୍ଠା, ସେବା, ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ର ପରିଚୟ,ଦେଇ ସମାଜ ରେ ଘଟୁଥିବା ଅନେକ ଦୂର୍ନୀତି ର ପର୍ଦାଫାସ କରିବାରେ ସାମ୍ବାଦିକ ଜଣକ ଅନେକ ଚେଷ୍ଟା ଜାରୀ ରଖିଛି । କିନ୍ତୁ ବିଭିନ୍ନ ସମୟ ରେ ଅନେକ ଲୋକ ଙ୍କ ହିଂସା ର ଶିକାର ହେବା ସହିତ ଅନେକ ମିଥ୍ୟା ମାମଲା ରେ ମଧ୍ୟ ସାମ୍ବାଦିକ ଜଣକ ଫସିଯାଏ । ଅନେକ ସମୟ ରେ କିଛି କୁଚକ୍ରୀ ଗୋଷ୍ଠୀ ମିଥ୍ୟା ମାମଲା ସାମ୍ବାଦିକ ଉପରେ ଆଣିଥାନ୍ତି ଓ ତାର ମାନସିକ ଓ ଶାରୀରିକ ଅବସ୍ଥା ସହିତ ଜୁଲୁମ ମଧ୍ୟ କରିଥାନ୍ତି। ସମ୍ମାନିତ ଅତିଥି ଭାବେ ସାଇବର ଇନ୍ସପେକ୍ଟର ସୁଚିତ୍ରା ଜେନା, ସୁରେନ୍ଦ୍ରନାଥ ପାଢ଼ୀ, ସୂଚନା ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, ମହିଳା ମହାବିଦ୍ୟାଳୟ ର ଅଧକ୍ଷ ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ ଉପସ୍ଥିତ ଥିଲେ , ସରୋଜ ମୁଦୁଲି, ସସ୍ମିତା ମେହେର, ସେକ ସାଇଦ ହୁସେନ ଏଵଂ ରାଜ୍ୟ ଉପସଭାପତି ଲଲାଟେନ୍ଦୁ ସେନାପତି ଉପସ୍ତିତ ଥିଲେ। ରାଜ୍ୟ ସଭାପତି ପ୍ରଭାତ ମିଶ୍ର ଚାରି ଜଣ ବରିଷ୍ଠ ସାମ୍ବାଦିକ ଙ୍କୁ ମାସକୁ ୧୫୦୦/ଟଙ୍କା ଭତା ବାବଦକୁ ପ୍ରଦାନ କରାଯାଇଥିଲା। ଏଥିରେ ୨୩ଜିଲ୍ଲାର ୨୦୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ