ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଉଦଯାପିତ
ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଉଦଯାପିତ
ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଉଦଯାପିତ


ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଉଦଯାପିତ


ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଉଦଯାପିତ


ସମ୍ବଲପୁର, ୧୬ ନଭେମ୍ବର (ହି.ସ.) ସମ୍ବଲପୁର ରିଭର ଇନ ରେସୋର୍ଟ ଠାରେ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳର ରାଜସ୍ୱ ଅଧିକାରୀ ଙ୍କୁ ନେଇ ଆୟୋଜିତ ଦୁଇଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦଯାପାନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଜ ବ୍ଯକ୍ତବରେ କହିଥିଲେ 'ରାଜସ୍ୱ ବିଭାଗ' ରାଜ୍ୟ ସରକାରଙ୍କ ମେରୁଦଣ୍ଡ ବିଭାଗ ।ମେରୁଦଣ୍ଡ ଯଦି ଠିକ ରହି କ୍ରିୟାଶୀଳ ହେଲା, ତେବେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଠିକ ଭାବେ କାମ କରିବ।ତେଣୁ ଏହା ଆମର ବିଭାଗର ଦାୟିତ୍ଵବୋଧ ଆମେ କିପରି ଜନସାଧାରଣଙ୍କ ପାଖେ ସୁବିଧାଜନକ ସେବା ପହଞ୍ଚାଇ ପାରିବା । ରାଜସ୍ୱ ଅଧିକାରୀ ମାନଙ୍କ ପାଖକୁ ଦୈନନ୍ଦିନ ଜନସାଧାରଣ ଅନେକ ପ୍ରକାରର ଜଟିଳ ସମସ୍ୟାର ସମାଧାନ ପାଇଁ ଆସିଥାନ୍ତି। ଏହି ସମସ୍ୟାଗୁଡ଼ିକର ତୃଣମୂଳସ୍ତର ର ମୂଳ କାରଣ ଖୋଜି ବାହାର କରି ତାହାର ଦୀର୍ଘସ୍ଥାୟୀ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ଅଧିକାରୀମାନଙ୍କୁ ନାଗରିକ-କେନ୍ଦ୍ରିକ ସେବା ଯୋଗାଣକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, କାର୍ଯ୍ୟାନୁଭୂତି ହେଉଛି ସର୍ବଶ୍ରେଷ୍ଠ ଶିକ୍ଷକ ତେଣୁ ଅଧିକାରୀ ମାନଙ୍କୁ ନିଜର ସମସ୍ଯା ସମାଧାନ କରିବାର ଦୃଷ୍ଟିକୋଣ ବଦଳାଇ ବାକୁ କହିଥିଲେ। ସମାଜ ଅନେକ ଅଭିଜ୍ଞ ଲୋକ ଅଛନ୍ତି ସେମାନଙ୍କଠାରୁ କାର୍ଯ୍ୟକ୍ଷେତ୍ରରେ ଶିଖିବାକୁ ଚେଷ୍ଟା କରନ୍ତୁ।

ଆଜିର ଦ୍ଵିତୀୟ ଦିବସରେ ଅନୁଗୁଳ ଜିଲ୍ଲାପାଳ ଅବଦୁଲ ଏମ ଅଖତାର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଳର ଅତିରିକ୍ତ ସଚିବ ସୁରଞ୍ଜନ ପ୍ରଧାନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ବନ୍ଦୋବସ୍ତରେ ନ୍ୟାୟସଙ୍ଗତ କ୍ଷତିପୂରଣ ଏବଂ ସ୍ୱଚ୍ଛତାର ଅଧିକାର ଆଇନ, ୨୦୧୩, ଏନ୍ଏଚ୍ ଆଇନ, ଭୂମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ରେଳ ଆଇନ ଏବଂ ସିଡ଼ି ଆଇନ, ରିଆମାଲ ବ୍ଲକ ଉନ୍ନୟନ ଅଧିକାରୀ ଆଦିତ୍ଯ ପଣ୍ଡା ଭୂମି ଅଧିଗ୍ରହଣର କାର୍ଯ୍ୟକ୍ଷମ ପ୍ରସଙ୍ଗ ଏବଂ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଭୂମିକା, ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେଶନ-ସୁଶ୍ରୀ ପି. ଅନ୍ବେଷା ରେଡୀ ସଂଯୁକ୍ତ ସମ୍ପତ୍ତି ପଞ୍ଜୀକରଣ ସମ୍ପର୍କିତ ଭାରତୀୟ ପଞ୍ଜୀକରଣ ଆଇନ ଏବଂ ସମ୍ପତ୍ତି ହସ୍ତାନ୍ତର ଆଇନ ଓ ଅଂଶୀୟ ଭୂମି ପଞ୍ଜୀକରଣ ସମ୍ବନ୍ଧୀୟ ବିଷୟ ଉପରେ ସାମ୍ପ୍ରତିକ ସରକାରୀ ନିର୍ଦ୍ଦେଶାବଳୀ, ଏନ୍ଆରସିସିଜେ ର ନିର୍ଦ୍ଦେଶକ ୱାଇ ଗିରି ରାଓ, କେଉଁଝର ବନ ବିଭାଗ ଅଧିକାରୀ ଧନରାଜ ଏଚ୍.ଡି., ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଯୁଗ୍ମ ସଚିବ ପ୍ରଦୀପ କୁମାର ସାହୁ ଜମି ଅଧିଗ୍ରହଣ ପାଇଁ ଜଙ୍ଗଲ ପରିବର୍ତ୍ତନ କାର୍ଯ୍ୟବଳି ଏବଂ ଜଙ୍ଗଲ ଅଧିକାର ଆଇନ, ୨୦୦୬ ,ରାଜସ୍ୱ ବୋର୍ଡ ର ସଚିବ ଲକ୍ଷ୍ମୀକାନ୍ତ ସେଠି, ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲାଇ ବିଭିନ୍ନ ରାଜସ୍ୱ ନିଯମାବଳୀ ଏବଂ ସଂଶୋଧିତ ଆଇନ, ଆରଡିସିର ଅବସରପ୍ରାପ୍ତ ପୂର୍ବତନ ସଚିବ ସୁକାନ୍ତ ତ୍ରିପାଠୀ ବିଭିନ୍ନ ପ୍ରସଙ୍ଗ ଉପରେ ଉପସ୍ଥାପନା ପ୍ରଦାନ କରିଥିଲେ। ଶେଷରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande