
ଜୟପୁର, ୧୬ ନଭେମ୍ବର (ହି.ସ.)- ୬ଟି ଚୋରି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ରାଜ ମାଣ୍ଡାଙ୍ଗି (୧୯), ମାଧବ ଭୁମିଆ (୧୯), ଜୁନେଶ ମାଡାଙ୍ଗି, ପୁରୁଣାଗଡର କାତ୍ତିକ ମାଝୀ (୨୨), ନବରଙ୍ଗପୁର ଜିଲା ସନ୍ତୋଷପୁର ଗ୍ରାମର କୈଳାଳ ବିନ୍ଧାଣି (୧୮), ସୌରାସାହିର ରାଜୁ ନାୟକ (୫୨) ସହ ୨ ଜଣ ନାବାଳକ ରହିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଗହଣା, ୩୫୦ ଗ୍ରାମର ରୁପା ଜିନିଷ, ୨ ଲକ୍ଷ ୩୦ ହଜାର ଟଙ୍କା, ୨ଟି କ୍ୟାମେରା, ଲୁହା ରଡ ଆଦି ଜବତ କରିଛି ।
ସୂଚନା ଅନୁଯାୟୀ, ଜୟପୁର କୁମ୍ଭାର ସାହି ଲକ୍ଷ୍ମୀ ନଗର ବସନ୍ତ କୁମାର ଭଟ୍ଟ ଗତ ୭.୧୧.୨୫ ତାରିଖରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଘରେ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରି ଭଡା ରହୁଥିବା ବେଳେ ତାଲା ପକାଇ ଗ୍ରାମକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ସୁନା ଚେନ, କାନଫୁଲ, ୩ଟି ମୁଦି, ଚୁଡି ଆଦି ଚୋରି ହୋଇଥିଲା । ଅଭିଯୋଗକୁ ଭିତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲ।। ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି । କୁମ୍ଭାର ସାହିର ସିରିଜ ୩ଟି ଚୋରି ମାମଲା ସହ ବାଇକ ଚୋରି ମାମଲାରେ ଅଭିଯୁକ୍ତକୁ କାବୁ କରିଛି । ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଯାଇଛି ।
ଆଜିର ସାମ୍ବାଦିକ ସମ୍ମାଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, କୁନ୍ଦୁରା ଥାନା ଅଧିକାର ଅଶ୍ୱିନ ପଟ୍ଟନାୟକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି