ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ୍ ହେଲେ ଜିଲ୍ଲାର ୮୯ ଜଣ ବରିଷ୍ଠ ନାଗରିକ
89 Form KANDHAMAL District Senior Citizen
ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ୍ ହେଲେ ଜିଲ୍ଲାର ୮୯ ଜଣ ବରିଷ୍ଠ ନାଗରିକ


କନ୍ଧମାଳ, ୧୬ ନଭେମ୍ବର (ହି.ସ.)- ଆଜି ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୮୯ ଜଣ ବରିଷ୍ଠ ନାଗରିକ ଏବଂ ତିନି ଜଣ ଏସ୍କର୍ଟ ଅଧିକାରୀ ଉଜ୍ଜୈନ ଓ ଓମକାରେଶ୍ଵର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଦୁଇଟି ବସ୍ ଯୋଗେ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରେଳ ଷ୍ଟେସନଠାରୁ ଟ୍ରେନଯୋଗେ ଉଜ୍ଜୈନ ଓ ଓମକାରେଶ୍ଵର ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆଇଆଇସି, ସର୍ତ୍ତାଗୁଡା ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ, କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ, ଫୁଲବାଣୀ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ହରିଶ ବି. ସି, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ଯୋଗ ଦେଇଥିଲେ । ଅତିଥିମାନେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ସୌମ୍ୟରଞ୍ଜନ ପାତ୍ର, ଡେପୁଟି କଲେକ୍ଟର ଅନୁପମ ଆଚାର୍ଯ୍ୟ, ପର୍ଯ୍ୟଟନ କାର୍ଯ୍ୟାଳୟ, କଲେକ୍ଟରେଟ ଓ ଆଇ. ଆଇ.ସି.ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande