ଭବାନୀପାଟଣା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ
ଭବାନୀପାଟଣା, ୧୬ ନଭେମ୍ବର(ହି.ସ.) – ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କ ସଦଭାବନା ଗୃହ ରେ ଜିଲ୍ଲା ସ୍ତରୀୟପ୍ରେସ ଦିବସ ପାଳନ କରାଯାଇଛି. ଜିଲ୍ଲାପାଳ ଶ୍ରୀଯୁକ୍ପାୱାର ସଚିନ ପ୍ରକାଶ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ. ଏ ଡି ଏମ ତନ୍ମୟ କୁମାର ଦରୱାନ, ବାଇତୁରା ଦୀପ ଦୟାମୟ ପାଢ଼
ଭବାନୀପାଟଣା ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲା ସ୍ତରୀୟ ପ୍ରେସ ଦିବସ ପାଳିତ


ଭବାନୀପାଟଣା, ୧୬ ନଭେମ୍ବର(ହି.ସ.) – ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କ ସଦଭାବନା ଗୃହ ରେ ଜିଲ୍ଲା ସ୍ତରୀୟପ୍ରେସ ଦିବସ ପାଳନ କରାଯାଇଛି. ଜିଲ୍ଲାପାଳ ଶ୍ରୀଯୁକ୍ପାୱାର ସଚିନ ପ୍ରକାଶ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ. ଏ ଡି ଏମ ତନ୍ମୟ କୁମାର ଦରୱାନ, ବାଇତୁରା ଦୀପ ଦୟାମୟ ପାଢ଼ୀ ମୁଖ୍ୟ ଉନ୍ନୟନ ଅଧିକାରୀ, ପ୍ରଭାତ କୁମାର ପରିଡା ଉପ ଜିଲ୍ଲାପାଳ, ଏବଂ ଉମାଶଙ୍କର କର ବରିଷ୍ଠ ସାମ୍ବାଦିକ, ଶାନ୍ତନୁ କୁମାର ବେହେରା, ଦେବେନ୍ଦ୍ର ବିଶି, ଜିଲ୍ଲାସ୍ତରୀୟ ସାମ୍ବାଦିକ ଗଣ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ସଭାରେ ପ୍ରେସର ଇତିହାସ, ପ୍ରେସ ଦିବସର ଗୁରୁତ୍ୱ, ସାମ୍ବାଦିକମାନଙ୍କ ସୁରକ୍ଷା, ପ୍ରଗତି, ନିରପେକ୍ଷ, ନିର୍ଭିକ, ସତ୍ୟ ଘଟଣା ଆଧାରିତ ସମ୍ବାଦ ପରିବେଷଣ କରିବାକୁ ଜିଲ୍ଲା ପ୍ରଶାସନ ସହ ଯୋଗ କରିବାକୁ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା, ସାମ୍ବାଦିକତାରେ ବିଭିନ୍ନ ସମସ୍ୟା ପ୍ରତିଧ୍ୟା ନଦେବାକୁ ଆଲୋଚନା ହୋଇଥିଲା। ଭ୍ରମାତ୍ମକ ଖବର ବୃଦ୍ଧି ପରିପେକ୍ଷିରେ ଗଣମାଧ୍ୟମ ବିଶ୍ୱାସନୀୟ ତାର ସଂଗ୍ର କ୍ଷଣ ଉପରେ ଆଲୋଚନା କରାଯାଇଥିଲା। ମଂଚାସିନ ସମସ୍ତ ଅଧିକାରୀମାନେ ନିଜ ନିଜ ବକ୍ତବ୍ୟ ପ୍ରକାଶ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲ ଧର ନିଆଲ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande