ବିଶ୍ୱାସ ଚାରିଟେବଲ ଟ୍ରଷ୍ଟ ତରଫରୁ କମ୍ବଳ ବଂଟନ
କୋରେଇ, ୧୬ ନଭେମ୍ବର(ହି.ସ.) – ରାସ୍ତା କଡ଼ରେ ବୁଲୁଥିବା ଅସହାୟ ,ମାନସିକ ବିକାରଗସ୍ତ ବ୍ୟକ୍ତି ମାନେ ଶୀତର ପ୍ରକୋପରେ ବହୁ କଷ୍ଟରେ ରାତ୍ରୀ ଯାପନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋରାଇ ବ୍ଲକର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ ବିଶ୍ୱାସ ଚାରିଟେବଲ ଟ୍ରଷ୍ଟ ତରଫରୁ ପାଣିକୋଇଲି ବସଷ୍ଟାଣ୍ଡ ଓ ଓଭର
ବିଶ୍ୱାସ ଚାରିଟେବଲ ଟ୍ରଷ୍ଟ ତରଫରୁ କମ୍ବଳ ବଂଟନ


କୋରେଇ, ୧୬ ନଭେମ୍ବର(ହି.ସ.) – ରାସ୍ତା କଡ଼ରେ ବୁଲୁଥିବା ଅସହାୟ ,ମାନସିକ ବିକାରଗସ୍ତ ବ୍ୟକ୍ତି ମାନେ ଶୀତର ପ୍ରକୋପରେ ବହୁ କଷ୍ଟରେ ରାତ୍ରୀ ଯାପନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋରାଇ ବ୍ଲକର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ ବିଶ୍ୱାସ ଚାରିଟେବଲ ଟ୍ରଷ୍ଟ ତରଫରୁ ପାଣିକୋଇଲି ବସଷ୍ଟାଣ୍ଡ ଓ ଓଭରବ୍ରିଜ ତଳେ ଆଶ୍ରୟ ନେଇଥିବା ଅସହାୟ ମାନସିକ ବିକାରଗ୍ରସ୍ତ ଓ ଭିକ୍ଷାବୃତି କରୁଥିବା ବ୍ୟକ୍ତି ମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା ସୁନୀଲ କୁମାର ଓଝାଙ୍କ ନେତୃତ୍ୱରେ ସଭାପତି କମରାନ ଖାଁ, ସମ୍ପାଦକ ଶିବ ପ୍ରସାଦ ସାହୁ, ସହ ସମ୍ପାଦକ ସେକ ଗିୟାସୁଦ୍ଦିନଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande