ଜୁନାଗଡ଼ରେ ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ମୁଖୀଗୁଡା୧୬ନଭେମ୍ବର(ହି ସ): ମିଛ ଖବର ସାମ୍ବାଦିକତା ରେ ବିଶ୍ୱସନୀୟତାର ପରିପନ୍ଥୀ, ସାମ୍ବାଦିକ ମାନେ ଖବର ପରିବେଷଣ କରିବା ପୂର୍ବରୁ, ଖବର ର ସତ୍ୟତା , ନିରପେକ୍ଷତା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ ନିଛକ ଖବର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଆଜି ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସ୍ତରୀୟ
Pressday


ମୁଖୀଗୁଡା୧୬ନଭେମ୍ବର(ହି ସ): ମିଛ ଖବର ସାମ୍ବାଦିକତା ରେ ବିଶ୍ୱସନୀୟତାର ପରିପନ୍ଥୀ, ସାମ୍ବାଦିକ ମାନେ ଖବର ପରିବେଷଣ କରିବା ପୂର୍ବରୁ, ଖବର ର ସତ୍ୟତା , ନିରପେକ୍ଷତା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ ନିଛକ ଖବର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଆଜି ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ଅବସର ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ନେତୃତ୍ଵ ରେ, ଜୁନାଗଡ଼ ସାମ୍ବାଦିକ ୟୁନିୟନର ସହଯୋଗରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଗ୍ରସେନ ଭବନ ଠାରେ ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି ତଥା ଓଡ଼ିଶା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ କମ୍ବୁ ପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ,ମୁଖ୍ୟ ବକ୍ତା ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ ବିଧାୟକ ସୁଧୀର ରଂଜନ ପାଟ୍ଟଯୋଷି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଦୁର୍ଗା ପ୍ରସାଦ ନାଏକ, ବଲାଙ୍ଗୀର ସାମ୍ବାଦିକ ୟୁନିୟନର ସଭାପତି ବଦ୍ରୀ ନାରାୟଣ ମିଶ୍ର, ବିଜେପି ନେତା ମନୋଜ କୁମାର ମେହେର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଂଶୁମାନ ପାତ୍ର, ଯୁବ ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ , ସ୍ବାଗତ ଅଭିଭାଷଣ ବରିଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡା ମାଝୀ ପ୍ରଦାନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଦିବଂଗତ ସାମ୍ବାଦିକ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ପୂର୍ବତନ ସମ୍ପାଦକ ପ୍ରଭାକର ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସାମ୍ବାଦିକ ଶଙ୍କର୍ଷଣ ବେହେରା, ଅଭିରାମ ମହାନନ୍ଦ, ଏମ. ଚନ୍ଦ୍ର ଶେଖର,ଶିବାନନ୍ଦ ନାଏକ, ବିକ୍ରମାଦିତ୍ୟ ସିଂହଦେଓ,ସମାଜସେବୀ ଦୁର୍ଗା ପ୍ରସାଦ ନାଏକଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଏହି ଅବସର ରେ ଅନ୍ୟ ସଂଘରୁ ୧୦ ଜଣ ନୂତନ ସଦସ୍ୟ ଓୟୁଜେର ସଦସ୍ୟତା ଗ୍ରହଣ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ହିମାଂଶୁ ଶେଖର ବରାଡ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜୁନାଗଡ଼ ସାମ୍ବାଦିକ ୟୁନିୟନର ସଦସ୍ୟମାନେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande