
ଚମ୍ପୁଆ, ୧୬ ନଭେମ୍ବର(ହି.ସ.) – ଗତ ଦୁଇ ତାରିଖରେ କାନପୁର ଡ୍ୟାମର ତଳମୁଣ୍ଡ ରେ ବୈତରଣୀ ନଦୀ ରେ ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଆଜି ମିରିଗିଶିଙ୍ଗା ନିକଟରେ ବୈତରଣୀ ନଦୀରୁ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ କି ଗତ ଦୁଇ ତାରିଖରେ ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳସାହି ଗ୍ରାମର ଟୁକୁନା ମୁଣ୍ଡା(୪୦) ଯୋଡା ଥାନା କଣ୍ଡରା ନିକଟରେ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ। ଖବର ପାଇ ଯୋଡା ପୁଲିସ୍ ଓ ଅଗ୍ନିଶମ ବିଭାଗ ପହଂଚି ଖୋଜାଖୋଜି କରିଥିଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଗତ କାଲି ସନ୍ଧ୍ୟାରେ ମିରିଗିସିଙ୍ଗା ବୈତରଣୀ ନଦୀ କୁ ମାଛ ମାରିବାକୁ ଯାଇଥିବା ବେଳେ ନଦୀ କୂଳରେ ଥିବା ଏକ ଗଛରେ ଏକ ମୃତଦେହ ଲାଗିଥିବା ନେଇ ଗ୍ରାମବାସୀ ଦେଖି ଚମ୍ପୁଆ ଥାନାକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ଚମ୍ପୁଆ ଅଗ୍ନିଶମ ବାହିନୀ ସହାୟତାରେ ଟୁକୁନାଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଚମ୍ପୁଆ ଥାନା କେସ ନଂ ୫୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta