ଜିଲ୍ଲାସ୍ତରୀୟ ବନ୍ଦନା ଓ ପ୍ରାର୍ଥନା ପ୍ରଶିକ୍ଷଣ ଉଦ୍‌ଯାପିତ
କୋରେଇ, ୧୬ ନଭେମ୍ବର(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଠାରେ ସାରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲିଙ୍ଗେଶ୍ୱର ବିହାର ଠାରେ ଶିକ୍ଷାବିଭାଗ ସମିତି ଉତର ପୂର୍ବ ସମ୍ଭାଗର ଯାଜପୁର ଜିଲ୍ଲା ସ୍ତରୀୟ ବନ୍ଦନା ଓ ପ୍ରାର୍ଥନା ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଛି। ଏହାର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥ
ଜିଲ୍ଲାସ୍ତରୀୟ ବନ୍ଦନା ଓ ପ୍ରାର୍ଥନା ପ୍ରଶିକ୍ଷଣ ଉଦ୍‌ଯାପିତ


କୋରେଇ, ୧୬ ନଭେମ୍ବର(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଠାରେ ସାରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲିଙ୍ଗେଶ୍ୱର ବିହାର ଠାରେ ଶିକ୍ଷାବିଭାଗ ସମିତି ଉତର ପୂର୍ବ ସମ୍ଭାଗର ଯାଜପୁର ଜିଲ୍ଲା ସ୍ତରୀୟ ବନ୍ଦନା ଓ ପ୍ରାର୍ଥନା ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଛି। ଏହାର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଡକ୍ଟର ଦୈତାରୀ ଧଳ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରମୁଖ ଅଶୋକ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ସଙ୍କୁଳ ପ୍ରମୁଖ ଅଶୋକ କୁମାର ଶତପଥି, ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ଧଳ, ଉପସଭାପତି ଶଙ୍କର୍ଷଣ ପରିଡ଼ା, ଯୁଗ୍ମ ସମ୍ପାଦକ ରାଜ କିଶୋର ମଲ୍ଲିକ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିନରେ ଯାଜପୁର ଲୋକସଭା ସାଂସଦ ରବିନ୍ଦ୍ର ନାରାୟଣ ବେହେରା ମଧ୍ୟ ଯୋଗଦାନ କରିଥିଲେ। ସମସ୍ତ ଅତିଥି ଶିଶୁମାନଙ୍କୁ ଜୀବନରେ ପ୍ରାର୍ଥନା ଓ ବନ୍ଦନାର ମହତ୍ୱ ଓ ଭବିଷ୍ୟତ ଜୀବନରେ ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଏହି ଶିବିରରେ ଯାଜପୁର ଜିଲ୍ଲାର ୪୦ଟି ବିଦ୍ୟାଳୟର ପ୍ରାୟ ୧୨୦ ଜଣ ପ୍ରଶିକ୍ଷଣ ନେଇଥିଲେ। ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ତ୍ରୀପାଠୀ ଅତିଥି ପରିଚୟ କରିଥିଲେ। ଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା, ଲିଙ୍ଗେଶ୍ୱର ଉନ୍ନୟନ କମିଟି ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ପ୍ରାନ୍ତ ସଂଗୀତ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା ସଂଚାଳନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande