
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୂକୁଲ୍ୟରେ ଗରଦପୁରସ୍ଥିତ ଗାନ୍ଧୀ ବାଳାଶ୍ରମ ପରିସରରେ ଶିଶୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଅଖିଳ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଉପସଭାପତି ଝରଣା ପଟ୍ଟନାୟକ, ସମ୍ପାଦକ ପବନ ଶର୍ମା, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସମାଜସେବୀ ଏସ୍.ଏମ୍ ଫାରୁକ୍, ସମାଜସେବୀ ଗୌରାଙ୍ଗ ସାମଲ, ଲକ୍ଷ୍ମୀକାନ୍ତ ବାରିକ, ବିଦ୍ୟାଧର ବାରିକ, ବିଶାଲ ଲଖାନି ଇତ୍ୟାଦି ଯୋଗ ଦେଇଥିଲେ । ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ପିଲାମାନେ ନେହୁରୁଙ୍କ ନୀତି ଆଦର୍ଶରେ ନିଜକୁ ଗଠନ କରିବା ସହ ସତ୍ୟ ଅହିଂସା ମାର୍ଗରେ ପରିଚାଳିତ ହେବା ଏବଂ କଠିନ ପରିଶ୍ରମହିଁ ସଫଳତାର ଚାବିକାଠି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ମାନେ ଜାତିର ଅମୂଲ୍ୟ ସମ୍ପଦ। ତେଣୁ ଶିଶୁମାନଙ୍କ ସର୍ବବିଦ୍ଧ ବିକାଶ ପାଇଁ ଉପଯୁକ୍ତ ଯତ୍ନ ନିଆଗଲେ ଏକ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିଶୁ କଲ୍ୟାଣ କ୍ଷେତ୍ରରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହ ପିଲାମାନେ ଗାନ୍ଧୀ, ନେହୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ବାଜିରାଉତ ଓ ଧରମାପରି ଦେଶ ଭକ୍ତ ହେବାକୁ ଆହ୍ୱାନ ଦେଇଥିଲେ । ସମାଜସେବା ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମାଜସେବୀ ଏସ୍.ଏମ୍ ଫାରୁକ୍ଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟ ଶେଷରେ ଅନ୍ତେବାସୀ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ