
ବାରିପଦା, ୧୬ ନଭେମ୍ବର(ହି.ସ.) – ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳନ ନେଇ ଗଣ ଦୌଡ ଅନୁଷ୍ଠିତ ହୋଇଛି। ରବିବାର ସକାଳ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲେ। ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳନ ଅବସରରେ ଉପ-ନିବନ୍ଧକ ଅଶୋକ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗତ ୧୪ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳନ କରାଯାଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତାହାର ଏକ ଅଂଶ ବିଶେଷ ଭାବେ ଆତ୍ମନିର୍ଭର ଭାରତରେ ସମବାୟର ଭୂମିକା ଏବଂ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଗଣଦୌଡ଼ ହାତକୁ ନିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ