
ଜୟପୁର, ୧୬ ନଭେମ୍ବର(ହି.ସ.) – ଜୟପୁର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାର ୧ବର୍ଷ ମଧ୍ୟରେର ବିଭିନ୍ନ ସମସ୍ୟା ଦେଖାଦେଇଥିବା ବେଳେ ପୁଣି ଏହାର ମରାମତି ପାଇଁ ୧କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ନୂତନ ସରକାରୀ ବସଷ୍ଟାଣ୍ଡ ୧୧ କୋଟି ଟଙ୍କାର କାର୍ଯ୍ୟ ଶେଷ ହେବାର ୬ ବର୍ଷ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାପ ସୃଷ୍ଟି ହେବା ପରେ ଗତ ୨୦୨୪ ନଭେମ୍ବର ୨୫ ତାରିଖରେ ତରବରିଆ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହି ନୂତନ ବସଷ୍ଟାଣ୍ଡର ବିଭିନ୍ନ ନିର୍ମାଣ କାର୍ଯ୍ୟ ଦେଖାଦେଇଥିଲା।
କେବଳ ଭବନକୁ ଛାଡିଦେଲେ ବସଷ୍ଟାଣ୍ଡ ପରିସରରେ ଗାଡି ଚଳାଚଳ ଅଂଚଳରେ ଫେବର ବ୍ରିକ୍ସ ଚଟାଣ ନିର୍ମାଣ କରାଯାଇଥିଲ। କିନ୍ତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସମସ୍ତ ଫେବର ବ୍ରିକ୍ସ ଗୁଡିକୁ ପୁଣି ଥରେ ମ୍ୟାସିନ ମାଧ୍ୟମରେ କଢାଯାଇ ପୁଣି ୮ଇଂଚ ଉଚ୍ଚତାର କପ୍ସକ୍ରିଟ ଢାଳିବା ପାଇଁ ପରିବହନ ନିଗମ ପକ୍ଷରୁ ୧କୋଟି ୧୦ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହିପରି ପୁଣି ଏକ ଡ୍ରେନ ନିର୍ମାଣ କରାଯିବ। ଏହିପରି ନୂତନ ଭବନ ଏବଂ ବସଷ୍ଟାଣ୍ଡ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିଲେ ସୁଦ୍ଧା ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ନିର୍ମାଣ ନାମରେ ସରକାରୀ ଟଙ୍କା ବରବାଦ କରାଯାଉଥିବା ନେଇ ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଗତ ୨୦୧୮ ମସିହାରୁ ନୂତନ ବସଷ୍ଟାଣ୍ତ ନିର୍ମାଣ କାର୍ଯ୍ୟ ପୁଲିସ ହାଉସିପ୍ସ ବୋର୍ଡ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଆରମ୍ଭ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି