
ମାଲକାନଗିରି, ୧୬ ନଭେମ୍ବର (ହି.ସ.)- ପୋଲିସ ଓ ବିଏସଏଫକୁ ମିଳିଛି ସଫଳତା । ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଜବତ କରାଯାଇଛି । କାଲିମେଳା ଥାନା ଅନ୍ତର୍ଗତ ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ପୋଲିସ । ଗୁମ୍ଫାରୁ ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ଜିଲେଟିନ ଷ୍ଟିକ୍, ଲ୍ୟାଣ୍ଡ ମାଇନ ଜବତ କରାଯାଇଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ