
ଜୟପୁର, ୧୬ ନଭେମ୍ବର(ହି.ସ.) – ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥ ସେବା ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଟେନ୍ଦ୍ରନାଥ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବେ?ଠକରେ ଲକ୍ଷ୍ମୀମନ୍ଦିର ର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ମନ୍ଦିରର ହିସାବ ଆଲୋଚନା କରାଯାଇଥିଲା। ଲକ୍ଷ୍ମୀ ମନ୍ଦିରୁ ହୁଣ୍ଡିରୁ ବାହାରିଥିବା ଟଙ୍କାକୁ ସେବାୟତମାନଙ୍କୁ ଦରମା ଆକାରରେ ଦିଆଯାଉଥିବା ନେଇ କୋଷାଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ। ସମସ୍ତ ଖର୍ଚ୍ଚ ସାରି ୧ଲକ୍ଷ ୫ହଜାର ଟଙ୍କା ଲକ୍ଷ୍ମୀ ମନ୍ଦିର ଏକାଉଂଟରେ ଜମା କରାଯାଇଥିବା ଆଲୋଚନା କରାଯାଇଥିଲା। ଲକ୍ଷ୍ମୀ ମନ୍ଦିର ପରିଚାଳନା ନିମନ୍ତେ ଦୁଇ ସାହିର ସଭାପତିମାନଙ୍କୁ ସମିତି ପକ୍ଷରୁ ନିବେଦନ କରାଯାଇଥିଲା। ଏହି ବୈଠକରେ ସୁନାରୀ ସାହି ସଭାପତି ଗୋପିନାଥ ସାବତ ଓ ସାନ୍ତରା ସାହି ସଭାପତି ବଂଶୀଧର ସାମନ୍ତରାୟ ତଥା ସେବା ସମିତିର ଉପସଭାପତି ବିନୋଦିନି ସାମନ୍ତରାପାତ୍ର, ଗଣେଶ ମିଶ୍ର, ଭବାନୀ ଶଙ୍କର ମିଶ୍ର, ସଂପାଦକ ସ୍ୱାଧୀନ ସାହୁ, ରବିନାରାୟଣ ନନ୍ଦ, ନରିସିପ୍ସହ ପାଣିଗ୍ରାହୀ, ରାଜେନ୍ଦ୍ର ପଣ୍ଡା, ଅନୁପ ସାମନ୍ତରାୟ, କୈଳାଶ ଚନ୍ଦ୍ର ମିଶ୍ର, ରାମନାଥ ତ୍ରିପାଠୀ, ଶାନ୍ତନୁ କୁମାର ଦାସ, ବିଜଲକ୍ଷ୍ମୀ ସାମନ୍ତରାୟ, ମଦନ ମୋହନ ନାୟକ, ଗୋବିନ୍ଦ ଚନ୍ଦ୍ର ସାହୁ, ବଳରାମ ପାତ୍ର ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି