'ଚଳିତ ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ'- ମେୟର ସୁବାସ ସିଂ
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବଢ଼ିଲା କଟକ ବାଲିଯାତ୍ରା ବିବାଦ । ମେୟର ସୁବାସ ସିଂ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ । ସିଏମସିକୁ କୌଣସି ବାବଦରେ ଅବଗତ କରାଇନାହାନ୍ତି । ଉଦ୍‌ଘ
'ଚଳିତ     ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ'- ମେୟର ସୁବାସ ସିଂ


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବଢ଼ିଲା କଟକ

ବାଲିଯାତ୍ରା ବିବାଦ । ମେୟର ସୁବାସ ସିଂ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ

ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ । ସିଏମସିକୁ କୌଣସି ବାବଦରେ

ଅବଗତ କରାଇନାହାନ୍ତି । ଉଦ୍‌ଘାଟନୀ ଦିନ ସିଏମ୍‌ସି କମିଶନରଙ୍କୁ ଷ୍ଟେଜ୍‌କୁ ଡାକିଲେନି । ବାଲିଯାତ୍ରା

ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଆସିଥିଲେ । ହେଲେ ମେୟରଙ୍କୁ ଡକାଗଲାନି କି ନିମନ୍ତ୍ରଣ

ପତ୍ରରେ ନାଁ ରହିଲା ନାହିଁ । ଜିଲ୍ଲାପାଳ ଅହଂକାର ଓ ଏକଚାଟିଆ ମନୋବୃତ୍ତିରେ ବାଲିଯାତ୍ରା

କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ଓ

ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି । କାହିଁକି ଏପରି ହେଲା ତର୍ଜମା

କରିବା ଆବଶ୍ୟକ ବୋଲି ସୁବାସ ସିଂ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande