ସ୍ୱୟଂସେବକଙ୍କ ଭାବ ବଳ ଓ ଜୀବନ ବଳରେ ଚାଲିଥାଏ ସଂଘ- ଡ.ମୋହନ ରାଓ ଭାଗବତ
ଜୟପୁର, 16 ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନରାଓ ଭାଗବତ କହିଛନ୍ତି ଯେ ସ୍ୱୟଂସେବକମାନଙ୍କର ଭାବ ବଳ ଏବଂ ଜୀବନବଳ ଦ୍ୱାରା ହିଁ ସଂଘ ଚାଲିଥାଏ। ମନୋଭାବରୁ ପ୍ରତ୍ୟେକ ସ୍ୱୟଂସେବକ ପ୍ରଚାରକ ହୋଇଯାଏ। ଏହା ସଂଘର ଜୀବନଶକ୍ତି। ସଂଘ ଯା
ସ୍ୱୟଂସେବକଙ୍କ ଭାବ ବଳ ଓ     ଜୀବନ ବଳରେ ଚାଲିଥାଏ ସଂଘ- ଡ.ମୋହନ ରାଓ ଭାଗବତ


ଜୟପୁର, 16 ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ

ସଂଘର ସରସଂଘଚାଳକ ଡ଼ଃ ମୋହନରାଓ ଭାଗବତ କହିଛନ୍ତି ଯେ ସ୍ୱୟଂସେବକମାନଙ୍କର ଭାବ ବଳ ଏବଂ ଜୀବନବଳ

ଦ୍ୱାରା ହିଁ ସଂଘ ଚାଲିଥାଏ। ମନୋଭାବରୁ ପ୍ରତ୍ୟେକ ସ୍ୱୟଂସେବକ ପ୍ରଚାରକ ହୋଇଯାଏ। ଏହା ସଂଘର

ଜୀବନଶକ୍ତି। ସଂଘ ଯାହାର ଅର୍ଥ — ଆମେ ସ୍ୱୟଂସେବକ। ସଂଘ ଅର୍ଥାତ୍ ସ୍ୱୟଂସେବକମାନଙ୍କର ଜୀବନ ଏବଂ

ସେମାନଙ୍କର ଭାବ ବଳ। ଆଜି ସଂଘ ବଢ଼ିଛି। କାର୍ଯ୍ୟ ପରିପ୍ରେକ୍ଷୀରୁ ସୁବିଧା ଓ ଅନୁକୂଳତା ମଧ୍ୟ

ବଢ଼ିଛି,

କିନ୍ତୁ ଏଥିରେ ଅନେକ ହାନି ମଧ୍ୟ ରହିଛି। ଆମେ ସେହିଭଳି ହିଁ ରହିବା

ଆବଶ୍ୟକ ଯେପରି ବିରୋଧ ଓ ଉପେକ୍ଷାର ସମୟରେ ରହୁଥିଲୁ। ସେହି ଭାବ ବଳ ଦ୍ୱାରା ହିଁ ସଂଘ ଆଗକୁ

ବଢ଼ିବ। ଡ଼ଃ ଭାଗବତ ରବିବାର ପାଥେୟ କଣ୍ ଇନ୍‌ଷ୍ଟିଚ୍ୟୁଟର ନାରଦ ସଭାଗୃହରେ ଜ୍ଞାନଗଙ୍ଗା

ପ୍ରକାଶନ ଦ୍ୱାରା ଆୟୋଜିତ ‘...ଏବଂ ଏହି ଜୀବନ ସମର୍ପିତ’ ଗ୍ରନ୍ଥର ବିମୋଚନ ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି। ଏହି ପୁସ୍ତକଟି ରାଜସ୍ଥାନର ପରଲୋକଗତ

24 ସଂଘ ପ୍ରଚାରକଙ୍କ ଜୀବନ ଗାଥାର ସଂକଳନ।

ସଂଘ କାର୍ଯ୍ୟ ସମ୍ପର୍କରେ

ସେ କହିଛନ୍ତି ଯେ ସଂଘକୁ ଏଭଳି ସହଜରେ ବୁଝିହେବ ନାହିଁ। ଏହାକୁ ବୁଝିବା ପାଇଁ ପ୍ରତ୍ୟକ୍ଷ

ଅନୁଭବ ଆବଶ୍ୟକ, ଯାହା

ସଂଘରେ ପ୍ରତ୍ୟକ୍ଷ ଆସିଲେ ମାତ୍ର ପ୍ରାପ୍ତ ହୋଇପାରେ। ଅନେକ ଲୋକ ସଂଘକୁ ମନରେ ରଖି ସଂଘ ଭଳି

ଶାଖା ଚଲାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପନ୍ଦର ଦିନରୁ ଅଧିକ କାହାରି ଶାଖା ଚାଲିନଥିଲା। ଆମର ଶାଖା

ସେହିଁ 100 ବର୍ଷରୁ ଚାଲିଆସୁଛି ଏବଂ ବଢ଼ୁଛି। କାରଣ ସଂଘ ସ୍ୱୟଂସେବକମାନଙ୍କର ଭାବବଳ ଏବଂ

ଜୀବନବଳରୁ ଚାଲିଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande