ପଞ୍ଜାବ: ଫିରୋଜପୁରରେ ଆରଏସଏସ କର୍ମୀଙ୍କୁ ଗୁଳି କରି ହତ୍ୟା
ଚଣ୍ଡିଗଡ଼, ୧୬ ନଭେମ୍ବର (ହି.ସ.)- ପଞ୍ଜାବର ଫିରୋଜପୁରରେ ଅଜ୍ଞାତ ମୁଖାପିନ୍ଧା ଆକ୍ରମଣକାରୀମାନେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ(ଆରଏସଏସ) କାର୍ଯ୍ୟକର୍ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଯେତେବେଳେ ଆରଏସଏସ କର୍ମୀ ନବୀନ ଆରୋରା ତାଙ୍କ ଦୋକାନରୁ ଘ
ପଞ୍ଜାବ: ଫିରୋଜପୁରରେ ଆରଏସଏସ କର୍ମୀଙ୍କୁ ଗୁଳି କରି ହତ୍ୟା


ଚଣ୍ଡିଗଡ଼, ୧୬ ନଭେମ୍ବର (ହି.ସ.)- ପଞ୍ଜାବର ଫିରୋଜପୁରରେ ଅଜ୍ଞାତ ମୁଖାପିନ୍ଧା ଆକ୍ରମଣକାରୀମାନେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ(ଆରଏସଏସ) କାର୍ଯ୍ୟକର୍ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଯେତେବେଳେ ଆରଏସଏସ କର୍ମୀ ନବୀନ ଆରୋରା ତାଙ୍କ ଦୋକାନରୁ ଘରକୁ ଫେରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ବଂଚାଯାଇ ପାରିନଥିଲା । ସୀମାନ୍ତ ପଞ୍ଜାବରେ ଦଶନ୍ଧି ଧରି ଆରଏସଏସ ସହିତ ଜଡ଼ିତ ବଳଦେବ ରାଜ ଆରୋରାଙ୍କ ପୁଅ ନବୀନ ଆରୋରାଙ୍କର ଫିରୋଜପୁରର ମୁଖ୍ୟ ବଜାରରେ ଏକ କିରାଣା ଦୋକାନ ଥିଲା । ସବୁଦିନ ପରି, ଶନିବାର ରାତିରେ ସେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ, ଅଜଣା ଯୁବକମାନେ ତାଙ୍କୁ ଆକ୍ରମଣ କରି ଗୁଳି କରିଥିଲେ । ଗୁଳି ନବୀନଙ୍କ ମୁଣ୍ଡରେ ବାଜିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଫିରୋଜପୁରର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande