ଛତିଶଗଡ଼ର ସୁକମାରେ ଏନକାଉଂଟର: ପୁରସ୍କାର ଘୋଷିତ ୩ ମାଓବାଦୀ ନିହତ
ସୁକମା, ୧୬ ନଭେମ୍ବର (ହି.ସ.)- ଛତିଶଗଡ଼ର ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ପୋଲିସ ଷ୍ଟେସନ ସୀମାନ୍ତ ଟୁମାଲପାଡ ଜଙ୍ଗଲରେ ସୁରକ୍ଷା ବାହିନୀର ଏନକାଉଂଟରରେ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି । ଡିଆରଜି ଟିମ୍ ଦ୍ୱାରା ଦୁଇ ମହିଳା ମାଓବାଦୀଙ୍କ ସମେତ ତିନି ଜଣ ମାଓ କ୍ୟାଡରଙ୍କ ମୃତଦେହ ଉଦ୍ଧାର
ଛତିଶଗଡ଼ର ସୁକମାରେ ଏନକାଉଂଟର: ପୁରସ୍କାର ଘୋଷିତ ୩ ମାଓବାଦୀ ନିହତ


ସୁକମା, ୧୬ ନଭେମ୍ବର (ହି.ସ.)- ଛତିଶଗଡ଼ର ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ପୋଲିସ ଷ୍ଟେସନ ସୀମାନ୍ତ ଟୁମାଲପାଡ ଜଙ୍ଗଲରେ ସୁରକ୍ଷା ବାହିନୀର ଏନକାଉଂଟରରେ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି । ଡିଆରଜି ଟିମ୍ ଦ୍ୱାରା ଦୁଇ ମହିଳା ମାଓବାଦୀଙ୍କ ସମେତ ତିନି ଜଣ ମାଓ କ୍ୟାଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ସୁକମା ଏସପି କିରଣ ଚହ୍ୱାନ ରବିବାର ସକାଳେ ଏହି ଏନକାଉଂଟରକୁ ନିଶ୍ଚିତ କରି କହିଛନ୍ତି ଯେ, ନଭେମ୍ବର ୧୬ ତାରିଖରେ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ଥାନା ସୀମାନ୍ତ ଟୁମାଲପାଡ ଜଙ୍ଗଲ ଏବଂ ପାହାଡ଼ିଆ ଅଂଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ଏକ ଟିମ୍ ସେହି ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆଜି ସକାଳେ ସର୍ଚ୍ଚ ଅପରେସନ ସମୟରେ ଡିଆରଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଗୁଳି ବିନିମୟ ହୋଇଥିଲା । ଟୁମାଲପାଡ ଏନକାଉଂଟର ସ୍ଥଳରେ ଏପର୍ଯ୍ୟନ୍ତ ଦୁଇ ମହିଳା ମାଓବାଦୀଙ୍କ ସମେତ ମୋଟ୍ ତିନି ଜଣ ମାଓ କ୍ୟାଡର ନିହତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande