ଖଟଲାପଦର ବ୍ରିଜରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ
ଜୟପୁର, ୧୬ ନଭେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡ
ଖଟଲାପଦର ବ୍ରିଜ ରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ


ଜୟପୁର, ୧୬ ନଭେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡପଦର ଗ୍ରାମ ହରିଜନ ସାହିର ସାନ ହରିଜନ (୨୪), ନନ୍ଦପୁରର ଗଞ୍ଜେଇ ପଦର ଗ୍ରାମର ଅନିଲ ଖୋସଲା (୧୯), ବୁଟୁ ଗୁଡା ଗ୍ରାମର ଭୁବନ ହରିଜନ (୨୨) । ଗତ ୯.୧୧.୨୫ ତାରିଖରେ ବାଲିଆର ଆଜୟ ହରିଜନ (୩୧) ନିଳାଗୁଡାର ରମାକାନ୍ତ ହରିଜନ (୨୨) ଖ୍ରିଷ୍ଟିଆନ ସାହିର ସୁମିତ ସାହିଲ ନାୟକ (୨୩) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୮୦ ହଜାର ଟଙ୍କା ୪ଟି ମୋବାଇଲ ୨ଟି ଖଣ୍ଡା, ୫ଟି ବାଇକ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ ୨୯.୧୦.୨୫ ତାରିଖରେ କୋଟପାଡର ଦେବାଶିଷ ପଟ୍ଟନାୟକ କୁନ୍ଦୁରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ଉପରେ ଟଙ୍କା ଲୁଟ ହୋଇଥିଲା । ବ୍ୟବସାୟି ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାଥିଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ୮ ଜଣ ମୁଖାଧାରି ଦୁର୍ବୁତ ବାଇକରେ ଆସି ରାସ୍ତା ମଝିରେ କାର କୁ ଅଟକାଇ ବିଭିନ୍ନ ପ୍ରକାର ମାରାଣାସ୍ତ୍ର ଦେଖାଇ କାର ରେ ଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ୧୩୪/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଡକାୟତିର ଲାଇଭ ଭିଡିଓ ଜଣେ ପ୍ରତ୍ୟକ୍ଷ ଦର୍ଶି ଉତ୍ତୋଳନ କରିଥିଲେ । ଯାହାକି ପରବର୍ତି ସମୟରେ ଭାଇରାଲ ହୋଇଥିଲା । ସେହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଆଜି ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, କୁନ୍ଦୁରା ଥାନା ଅଧିକାର ଅଶ୍ୱିନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande