ଜାତୀୟ ପ୍ରେସ ଦିବସ ପାଳିତ
ଜୟପୁର, ୧୬ ନଭେମ୍ବର(ହି.ସ.) – ଜୟପୁରର ସମସ୍ତ ସାମ୍ବାଦିକଙ୍କ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଦଶହରା ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ଠରେ
ଜାତୀୟ ପ୍ରେସ ଦିବସ ପାଳିତ


ଜୟପୁର, ୧୬ ନଭେମ୍ବର(ହି.ସ.) – ଜୟପୁରର ସମସ୍ତ ସାମ୍ବାଦିକଙ୍କ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଦଶହରା ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ଠରେ ଦାବି କରିବ ପାଇଁ ଆହ୍ୱାନ କରିଥିଲେ। ଏପରିକି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ରାଶି ୧୦ ଲକ୍ଷ କରିବା ସହ ପରିବାର ସଦସ୍ୟ ମାନଙ୍କ ସହ ମାତାପିତାଙ୍କୁ ସ୍ୱାସ୍ଥ୍ୟ ବିମରେ ସାମିଲ କରିବା ପାଇଁ ଦାବି କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏଥିରେ ରବିନାୟକ, ତରୁଣ କୁମାର ମହାପାତ୍ର, ରମେଶ ସାହୁ, ଗଜେନ୍ଦ୍ର ସାହୁ, ନୃସିପ୍ସହ ଚୌଧୁରୀ,ଏ.ଭେଙ୍କଟ,ଧୀରଜ ଗୌଡ, ଅନୀତା ଦାସ, କମଳ ଭତ୍ରା, ମନୋହର ତ୍ରିପାଠୀ, ଅଜୟ କୁମାର ସାହୁ, ଲିଲା ପଟ୍ଟନାୟକ, ଜୋଗେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande