
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ପିପିଲିର
ରେଂଚ ପଂଚାୟତରେ ପାଳିତ ଜାତୀୟ ପ୍ରେସ ଦିବସରେ ଯୋଗ ଦେଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ପୁରୀ ଲୋକସଭା ନିର୍ବାଚନୀ
ମଣ୍ଡଳୀ ଅନ୍ତର୍ଗତ ପିପିଲିର ରେଞ୍ଚ ପଞ୍ଚାୟତରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି । ପିପିଲି
ବିଧାୟକ ଅଶ୍ରିତ ପଟ୍ଟନାୟକ ଜୀଙ୍କ ସହିତ ସାମ୍ବାଦିକମାନେ, ସ୍ଥାନୀୟ ପ୍ରତିନିଧିମାନେ ଏବଂ ସମୁଦାୟ ସଦସ୍ୟମାନଙ୍କ ସହ ଆଲୋଚନା
କରାଯାଇଛି, ଏବଂ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ସାମ୍ବାଦିକମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା