
ମାଲକାନଗିରି, ୧୬ ନଭେମ୍ବର(ହି.ସ.) – ଉପାନ୍ତ ଅଂଚଳରେ ମାଆଙ୍କୁ ସମ୍ମାନ ଦେବାକୁ ନିଆରା ପ୍ରୟାସ। ନବଜାତ ଶିଶୁଙ୍କୁ ସାଥିରେ ଧରି ପଂଚାୟତ କାର୍ଯ୍ୟାଳୟକୁ ଆସୁଥିବା ଆଦିବାସୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ତିଆରି ହୋଇଛି ସ୍ତନ୍ୟପାନ କେନ୍ଦ୍ର। ମାଥିଲି ବ୍ଲକ୍ ଅନ୍ତର୍ଗତ କିଆଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏହି ସ୍ତନ୍ୟପାନ କେନ୍ଦ୍ର ଉଦଘାଟିତ ହୋଇଛି। ମାଥିଲି ବିଡିଓ ଏହାକୁ ଉଦଘାଟନ କରିଥିବାବେଳେ, ପିଇଓଙ୍କ ଏଭଳି ନିଷ୍ପତିକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ। ପିଡିଏସ୍ ଚାଉଳ ପାଇଁ କିମ୍ୱା ଅନ୍ୟ କୌଣସି କାମରେ ପଂଚାୟତ କାର୍ଯ୍ୟାଳୟକୁ ଦୂରଦୂରାନ୍ତ ଗାଁ ଗଣ୍ଡାରୁ ଆସିଥାନ୍ତି ବହୁ ଆଦିବାସୀ ମହିଳା। ଅନେକ ମହିଳା ଛୋଟ ଛୁଆଙ୍କୁ ମଧ୍ୟ ସାଥିରେ ଧରି ଆସିଥାନ୍ତି। ତେବେ ଶିଶୁଙ୍କୁ ସର୍ବସମ୍ମୁଖରେ କ୍ଷୀର ପିଆଇବା ପାଇଁ ପୂର୍ବରୁ ମାଆମାନେ ଲାଜ କରୁଥିବା ଦେଖିବାକୁ ମିଳୁଥିଲା। ଯାହା ଫଳରେ ଅତି ସଂକୋଚରେ କିଛି ପ୍ରସୂତି ଶିଶୁଙ୍କୁ ସ୍ତନ୍ୟପାନ କରାଉଥିଲେ। ଆଉ କେହି କେହି ଶିଶୁ କାନ୍ଦୁଥିଲେ ବି ଉପାୟ ଶୂନ୍ୟ ହୋଇ ଛୁଆକୁ କ୍ଷୀର ଦେବାରେ ବିଳମ୍ବ କରୁଥିଲେ। ହେଲେ ଏବେ ଏହି ସମସ୍ୟାର ସମାଧାନ ହୋଇଛି। ମାଆମାନଙ୍କର ଚିନ୍ତା ଦୂର ହୋଇଛି। ଏଣିକି ଆଉ ଲାଜ କରିବେନି କି ହଇରାଣ ହେବେନି ଆଦିବାସୀ ମହିଳା। ପଂଚାୟତକୁ ଆସି ଭୋକରେ କାନ୍ଦୁଥିବା ଶିଶୁଙ୍କୁ ସ୍ତନ୍ୟପାନ କେନ୍ଦ୍ରକୁ ନେଇ କ୍ଷୀର ପିଆଇପାରିବେ। ସର୍ବସମ୍ମୁଖରେ ନୁହେଁ ସ୍ୱତନ୍ତ୍ର ଗୃହରେ ଶିଶୁଙ୍କୁ କରାଇପାରିବେ ସ୍ତନ୍ୟପାନ। ୨୦୨୫-୨୬ ଆର୍ôଥକ ବର୍ଷରେ ଅର୍ଥ ମଞ୍ଜୁର କରି ପଂଚାୟତ ପରିସରରେ ଏହି ସ୍ତନ୍ୟପାନ ଗୃହ ନିର୍ମାଣ ହୋଇଛି। ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ତିଆରି ହୋଇଛି ସ୍ତନ୍ୟପାନ କେନ୍ଦ୍ର ମାଥିଲି ବ୍ଲକ୍ ଅନ୍ତର୍ଗତ କିଆଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ପିଡିଏସ୍ ଚାଉଳ ପାଇଁ କିମ୍ୱା ଅନ୍ୟ କୌଣସି କାମରେ ଆସନ୍ତି ଅନେକ ମହିଳା ଛୋଟ ଛୁଆଙ୍କୁ ମଧ୍ୟ ସାଥିରେ ଧରି ଆସିଥାନ୍ତି ବହୁ ଆଦିବାସୀ ମହିଳା ଶିଶୁଙ୍କୁ ସର୍ବସମ୍ମୁଖରେ କ୍ଷୀର ପିଆଇବା ପାଇଁ ଲାଜରେ ସଂକୋଚ କରନ୍ତି। ଶିଶୁ କାନ୍ଦୁଥିଲେ ବି ନିରୁପାୟ ହୋଇ ଛୁଆକୁ କ୍ଷୀର ଦେବାରେ ବିଳମ୍ବ କରନ୍ତି। ଏଣିକି ଆଉ ଲାଜ କରିବେନି କି ହଇରାଣ ହେବେନି ଆଦିବାସୀ ମହିଳା। ଭୋକରେ କାନ୍ଦୁଥିବା ଶିଶୁଙ୍କୁ ସ୍ତନ୍ୟପାନ କେନ୍ଦ୍ରକୁ ନେଇ କ୍ଷୀର ପିଆଇପାରିବେ। ସର୍ବସମ୍ମୁଖରେ ନୁହେଁ ସ୍ୱତନ୍ତ୍ର ଗୃହରେ ଶିଶୁଙ୍କୁ କରାଇପାରିବେ ସ୍ତନ୍ୟପାନ ଅଂଚଳରେ ମାଆଙ୍କୁ ସମ୍ମାନ ଦେବାକୁ ନିଆରା ପ୍ରୟାସ। ନବଜାତ ଶିଶୁଙ୍କୁ ସାଥିରେ ଧରି ପଂଚାୟତ କାର୍ଯ୍ୟାଳୟକୁ ଆସୁଥିବା ଆଦିବାସୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ତିଆରି ହୋଇଛି ସ୍ତନ୍ୟପାନ କେନ୍ଦ୍ର। ମାଥିଲି ବ୍ଲକ୍ ଅନ୍ତର୍ଗତ କିଆଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏହି ସ୍ତନ୍ୟପାନ କେନ୍ଦ୍ର ଉଦଘାଟିତ ହୋଇଛି। ମାଥିଲି ବିଡିଓ ଏହାକୁ ଉଦଘାଟନ କରିଥିବା ବେଳେ, ପିଇଓଙ୍କ ଏଭଳି ନିଷ୍ପତିକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ। ପିଡିଏସ୍ ଚାଉଳ ପାଇଁ କିମ୍ୱା ଅନ୍ୟ କୌଣସି କାମରେ ପଂଚାୟତ କାର୍ଯ୍ୟାଳୟକୁ ଦୂରଦୂରାନ୍ତ ଗାଁ ଗଣ୍ଡାରୁ ଆସିଥାନ୍ତି ବହୁ ଆଦିବାସୀ ମହିଳା।
ଅନେକ ମହିଳା ଛୋଟ ଛୁଆଙ୍କୁ ମଧ୍ୟ ସାଥିରେ ଧରି ଆସିଥାନ୍ତି। ତେବେ ଶିଶୁଙ୍କୁ ସର୍ବସମ୍ମୁଖରେ କ୍ଷୀର ପିଆଇବା ପାଇଁ ପୂର୍ବରୁ ମାଆମାନେ ଲାଜ କରୁଥିବା ଦେଖିବାକୁ ମିଳୁଥିଲା। ଯାହା ଫଳରେ ଅତି ସଂକୋଚରେ କିଛି ପ୍ରସୂତି ଶିଶୁଙ୍କୁ ସ୍ତନ୍ୟପାନ କରାଉଥିଲେ। ଆଉ କେହି କେହି ଶିଶୁ କାନ୍ଦୁଥିଲେ ବି ଉପାୟ ଶୂନ୍ୟ ହୋଇ ଛୁଆକୁ କ୍ଷୀର ଦେବାରେ ବିଳମ୍ବ କରୁଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ