

ବାରିପଦା, ୧୬ ନଭେମ୍ବର(ହି.ସ.) – ବାରିପଦା ସହରର ମଧୁବନ ଅଂଚଳରେ ଏକ ଟାୟାର ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ତେବେ ଅଳ୍ପକେ ନିଆଁ ବ୍ୟାପିବାରୁ ବର୍ତି ଯାଇଛି। ମଧୁବନ ମିନି ଷ୍ଟାଡିୟମ ନିକଟରେ ଉକ୍ତ ଟାୟାର ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ରବିବାର ଅପରାହ୍ନ ସମୟରେ ଘଟଣା ଘଟିଛି। ଏହି ଦୋକାନଟି ସ୍ଥାନୀୟ ଅଂଚଳର ବାପି କୁଇଲାଙ୍କ ବୋଲି ଜଣାପଡିଛି। କୋଣସି କାରଣ ପାଇଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ତାହା ଧୀରେ ଧୀରେ ବ୍ୟାପିଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ଦୋକାନଟି ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ