ପ୍ରିୟ ଶିକ୍ଷାବିକାଶ ପରିଷଦର ବାର୍ଷିକ ଉତ୍ସବ
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବିଟିପୁର ପଚାଂୟତସ୍ଥ ବରହମ୍‌ପୁରସ୍ଥିତ ପ୍ରିୟଶିକ୍ଷା ବିକାଶ ପରିଷଦ ଶିକ୍ଷାନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଶୁକ୍ରବାର,ଶନିବାର ୨ ଦିନ ବ୍ୟାପି ପାଳିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ପ୍ରିୟବ୍ରତ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭଣ୍ଡାରିପୋଖରୀ
priya sikhya bikasha parisada annual function


ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବିଟିପୁର ପଚାଂୟତସ୍ଥ ବରହମ୍‌ପୁରସ୍ଥିତ ପ୍ରିୟଶିକ୍ଷା ବିକାଶ ପରିଷଦ ଶିକ୍ଷାନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଶୁକ୍ରବାର,ଶନିବାର ୨ ଦିନ ବ୍ୟାପି ପାଳିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ପ୍ରିୟବ୍ରତ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ୍‌, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ଆଗରପଡା ଶିକ୍ଷାପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼.କାର୍ତିକେଶ୍ୱର ରାଉଳ, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶୁଶ୍ରୀ ସଙ୍ଗୀତା ବିଶ୍ୱାଳ, ଆଗରପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ, ସରପଚଂ ପ୍ରକାଶ ବିଶ୍ୱାଳ, ପୂର୍ବତନ ସରପଚଂ ସତ୍ୟସାଧନ ବେଜ,ସତ୍ୟବାନ୍ ଦାସ, କାର୍ତିକ ଜେନା,ଯୁବନେତା ଦୀପକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରିୟଶିକ୍ଷା ବିକାଶ ପରିଷଦର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଉପରେ ଆଲୋକପାତ କରିବା ସହ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବିଭିନ୍ନ ସୁଗୁଣର ଅଧିକାରୀ ହୋଇ ବରପୁତ୍ର ମାଟିର ଗୌରବ ବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ କ୍ଷୁଦ୍ରଗଳ୍ପ ପ୍ରତିଯୋଗିତା, ସାଧରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ଚେସ୍ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏଥିସହ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସଂଯୁକ୍ତା ମହାନ୍ତି, ପ୍ରଜ୍ଞା ପରିମିତା ପଣ୍ଡା, ସାଫିକ୍ ଅନୁୱର୍‌, ହରିଶ୍ ଜେନା, ସନ୍ତୋଷ ହନହୋଗା, ସର୍ବଶ୍ରେଷ୍ଠ ଛାତ୍ର ହରିଶ୍ ଜେନାଙ୍କୁ ସମ୍ମାନିତ କରାଯିବା ସହ ପୂର୍ବତନ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଚନ୍ଦନ କୁମାର ଦାସ, ଆଦିତ୍ୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande