ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ପୁରୀ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ପୁରସ୍କୃତ
ପୁରୀ, ୧୬ ନଭେମ୍ବର (ହି.ସ.)- ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ପାଞ୍ଚ ଦିନ ବ୍ୟାପି ଶିଶୁ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗଦେଇ
ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ପୁରୀ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ପୁରସ୍କୃତ


ପୁରୀ, ୧୬ ନଭେମ୍ବର (ହି.ସ.)- ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ପାଞ୍ଚ ଦିନ ବ୍ୟାପି ଶିଶୁ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗଦେଇଥିଲେ l ପୁରୀ ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନର ୫୦ ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ବକ୍ତୃତାର କନିଷ୍ଠ ବର୍ଗରେ ନୀଳାଚଳ ସେବା ପ୍ରତିଷ୍ଠାନର ଇପ୍ସିତା ସ୍ଵାଇଁ ଓ ବରିଷ୍ଠ ବର୍ଗରେ ଦ୍ରୌପଦୀ ମହିଳା ସମିତିର ଜ୍ୟୋତ୍ସ୍ନା ଦାସ ଯଥାକ୍ରମେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ କୁଇଜ୍ ବରିଷ୍ଠ ବର୍ଗ ରେ ଉତ୍କଳ ବାଳାଶ୍ରମର ସତ୍ୟନାରାୟଣ ସ୍ଵାଇଁ ତୃତୀୟ, ଲମ୍ବ ଡିଆଁ ଓ ୨୦୦ ମିଟର ଦୌଡର ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଏହାସହିତ ସରକାରୀ ଆଇ ଟି ଆଇ ରୁ ବୈଷୟିକ ଶିକ୍ଷା ସମାପ୍ତ କରି ବିଶ୍ଵ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇ ନିକଟରେ ଜିନ୍ଦଲ ଷ୍ଟିଲ ଅନୁଗୁଳରେ ଟ୍ରେନି ଭାବରେ ନିୟୋଜିତ ହୋଇଥିବା ଉତ୍କଳ ବାଳାଶ୍ରମର ଦୁଇ ଯତ୍ନ ଅନ୍ତେବାସୀ ପୂଜା ଦାଶ ଓ ଅଞ୍ଜନା ନାୟକଙ୍କୁ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l

ଜିଲ୍ଲାର ଶିଶୁମାନଙ୍କର ଏହି କୃତିତ୍ଵ ହାସଲ ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡଃ. ଅଜିତ କୁମାର ମହପାତ୍ର, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande