ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତିଙ୍କ ଯୋଗଦାନ
ଭୁବନ, ୧୭ ନଭେମ୍ବର (ହି.ସ.)- ଭୁବନ ତହସିଲ କାର୍ଯ୍ୟାଳୟରେ ଅନିଲ କୁମାର ମହାନ୍ତି ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାନ୍ତି ପୁରୀ ଜିଲ୍ଲା ଗୋପ ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲ
ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତିଙ୍କ ଯୋଗଦାନ


ଭୁବନ, ୧୭ ନଭେମ୍ବର (ହି.ସ.)- ଭୁବନ ତହସିଲ କାର୍ଯ୍ୟାଳୟରେ ଅନିଲ କୁମାର ମହାନ୍ତି ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାନ୍ତି ପୁରୀ ଜିଲ୍ଲା ଗୋପ ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂତନ ତହସିଲଦାର ଶ୍ରୀ ମହାନ୍ତିଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଦାୟୀ ତହସିଲଦାର ଶ୍ରୀ ଦାଶ ଗୋପ ତହସିଲକୁ ବଦଳି ହୋଇ ଯାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande