ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର


ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର


ସମ୍ବଲପୁର, ୧୭ ନଭେମ୍ବର (ହି.ସ.) ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିବିଏସଏ ଅନ୍ତର୍ଗତ ଏକ ଦିନିଆ ଶିବିର ଆଜି ଜୁଜୁମୁରା ଆରଏମସି ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୭୬ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସ୍ନାତକ କରାଯାଇ ସେମାନଙ୍କର ଅସମର୍ଥ୍ୟତା ପ୍ରତିଶତ ନିର୍ଣ୍ଣୟ କରାଯାଇଛି।ଏଥିରେ ୮୫ ଜଣ ଶାରିରୀକ ଅକ୍ଷମ , ୧୨ ଜଣ ଦୃଷ୍ଟିବାଧିତ , ୨୩ ଜଣ ବଧିର , ୧୫ ଜଣ ସିକଲ୍ ସେଲ୍ ରୋଗୀ ଏବଂ ୪୧ ଜଣ ବୁଦ୍ଧିଗତ ଅକ୍ଷମତା ବ୍ୟକ୍ତି ଚିହ୍ନଟ ଓ ସର୍ଟିଫାଇଡ ହୋଇଛନ୍ତି। ଜୁଜୁମୁରା ଖଣ୍ଡର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଏହି ଶିବିରରେ ଯୋଗଦେଇ ତାଙ୍କର ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ପୂର୍ଣ୍ଣ ଯାଞ୍ଚ କରାଇଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମ୍ବଲପୁର ରୁ ଆସିଥିବା ବିଶେଷଜ୍ଞ ଡାକ୍ତରମାନଙ୍କ ଟିମ୍ ଦ୍ୱାରା ଏହି ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଯାଞ୍ଚ, ପରୀକ୍ଷା ଓ ମୂଲ୍ୟାଙ୍କନ କାର୍ଯ୍ୟ ସଂପାଦିତ ହୋଇଛି। ଯାଞ୍ଚ ପରେ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ସନଦ ଓ ପ୍ରତିଶତ ନିର୍ଣ୍ଣୟ ପତ୍ର ପ୍ରଦାନ କରାଯାଇଛି।

ଶିବିରରେ ବିଭିନ୍ନ ସହାୟକ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି। ଏପର୍ଯ୍ୟନ୍ତ ୫ ଟି ହୁଇଲ ଚେୟାର ଓ ୨ ଟି ଶ୍ରବଣ ଯନ୍ତ୍ର ଯୋଗ୍ୟ ଲାଭାନ୍ବିତମାନଙ୍କୁ ଦିଆଯାଇଛି। ଏହି କାର୍ଯ୍ୟକ୍ରମଟି ଜୁଜୁମୁରା ବ୍ଲକ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ବଲପୁର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାନୁସାରେ ଓ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ସମ୍ବଲପୁରଙ୍କ ସହ ଯୋଗ ସମନ୍ୱୟରେ ଆୟୋଜିତ ହୋଇଥିଲା। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସ୍ତରୀକୃତ ସ୍କ୍ରିନିଂ, ସନଦ ପ୍ରଦାନ, ସହାୟକ ସାମଗ୍ରୀ ବଣ୍ଟନ ଓ ଶାସନ ସହାୟତା ଯୋଜନାର ସହଜ ସୁବିଧା ପ୍ରଦାନ କରିବା ଏହି ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande