ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ସମ୍ପନ୍ନ
ପୁରୀ, ୧୭ ନଭେମ୍ବର (ହି.ସ.)- ମାର୍ଗଶିର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ପଇତାଲାଗି ନୀତି ସମ୍ପନ୍ନ ହୋଇଛି । ଏଥିନେଇ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନରେ ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ଶ୍ରୀଜୀଉଙ୍କ ପଇତାଲାଗି ନୀତି ବେଳେ ସ
ଶ୍ରୀମନ୍ଦିର


ପୁରୀ, ୧୭ ନଭେମ୍ବର (ହି.ସ.)- ମାର୍ଗଶିର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ପଇତାଲାଗି ନୀତି ସମ୍ପନ୍ନ ହୋଇଛି । ଏଥିନେଇ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନରେ ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ଶ୍ରୀଜୀଉଙ୍କ ପଇତାଲାଗି ନୀତି ବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ନୀତି ସମ୍ପାଦନ କରାଯାଏ । ଏହା ଏକ ଗୁପ୍ତନୀତି । ତେଣୁ ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ଶ୍ରୀଜୀଉଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରେ ପଇତା ଲାଗି ଅନ୍ୟତମ । ଶ୍ରୀବିଗ୍ରହ ମାନଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ପଇତାଲାଗି କରାଯାଇଥାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande