ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ମେଳା, ୩୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ
ନୂଆପଡ଼ା,୧୭ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ୩୦ରୁ ଉର୍ଦ୍ଧ୍ବ ବିଭିନ୍ନ ବିଷୟ ପ୍ରକଳ୍ପ ପ୍ରଦର୍
KV science exevision


ନୂଆପଡ଼ା,୧୭ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ୩୦ରୁ ଉର୍ଦ୍ଧ୍ବ ବିଭିନ୍ନ ବିଷୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଷ୍ଟମ ଫର୍ ବିକଶିତ ଆତ୍ମନିର୍ଭର ଭାରତ ବିଷୟ ନେଇ ପ୍ରକଳ୍ପ ପ୍ରଦର୍ଶିତ ହୋଇଅଛି। ସେଥିମଧ୍ୟରୁ ୭ ଗୋଟି ଉପ ବିଷୟ ରହିଅଛି। ସେଗୁଡ଼ିକ ହେଲା କୃଷି ଆତ୍ମ ନିର୍ଭରଶୀଳ, ବର୍ଜ୍ୟବସ୍ତୁରୁ ବିକଳ୍ପ ପ୍ଲାଷ୍ଟିକ ସୁପରିଚାଳନା, ସବୁଜ ଶକ୍ତି, ଅଭିନବ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ସ୍ୱଚ୍ଛତା, ଗଣିତ ସଂଖ୍ୟାର ପୁନଃ ସୃଷ୍ଟି ବିଷୟରେ ଅନେକ ବିକଳ୍ପ ପଦ୍ଧତିରେ ନିଜ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ମନୋନୀତ ହୋଇ ଆଞ୍ଚଳିକ ସ୍ତରକୁ ଉନ୍ନୀତ ହେବା ସାଙ୍ଗକୁ ରାଜ୍ୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ।

ବିଜ୍ଞାନ ମେଳାରେ ନିରୀକ୍ଷକ କୋମଳ ଲାଲ ଦେବାଙ୍ଗନ, ସସାଙ୍ଗ କୁମାର, ଶେଫାଳୀ ବାବୁ, ମନୋରଞ୍ଜନ ଥାପା, ହରିପ୍ରୀୟା ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande