ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଜୟପୁର, 17 ନଭେମ୍ବର (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ବାଲିଆ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ପ୍ରୋଗ୍ରାମ
ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଅନୁଷ୍ଟିତ


ଜୟପୁର, 17 ନଭେମ୍ବର (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ବାଲିଆ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ପ୍ରୋଗ୍ରାମ ଅସିଷ୍ଟାଣ୍ଟାଣ୍ଡ ସସ୍ମିତା ପରିଡା ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ସୋଲାଲ ୟୁନିଟ ଖରାପ ହୋଇଥିବାରୁ ପାନିୟ ଜଳର ସମସ୍ୟା ଦେଖାଯାଇଛି । ତାହାର ସମାଧାନ ଦାବି କରିବା ସହ ଅଙ୍ଗନବାଡୀ କେନ୍ଦ୍ର ମରାମତି କରିବାକୁ ଦାବି କରାଯାଇଛି । ରାସ୍ତା ଓ ଡ୍ରେନ ନିର୍ମାଣ କରିବାକୁ ଦାବି କରାଯାଇଛି । ଏହା ସହ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେ ନେଇ ଉପସ୍ଥିତ ଅଧିକାରି ମାନେ ଉପସ୍ଥିତ ରହି ସଚେତନ କରିଥିଲେ । ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫୁର ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande