ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ, ରାଉରକେଲାରେ ହାଲୁକା କୁହୁଡ଼ି ଅନୁଭୂତ : ଝାରସୁଗୁଡ଼ାରେ ଭୀଷଣ ଶୀତ ଲହରି ଅନୁଭୂତ
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ.)- ରାଜ୍ୟର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆଜି ସକାଳେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ରୁ ୫୦୦ ମିଟର ମଧ୍ୟରେ ରହିଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ହାଲୁକା କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ
ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ, ରାଉରକେଲାରେ ହାଲୁକା କୁହୁଡ଼ି ଅନୁଭୂତ : ଝାରସୁଗୁଡ଼ାରେ ଭୀଷଣ ଶୀତ ଲହରି ଅନୁଭୂତ


ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ.)- ରାଜ୍ୟର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆଜି ସକାଳେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ରୁ ୫୦୦ ମିଟର ମଧ୍ୟରେ ରହିଥିଲା ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ହାଲୁକା କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା ।

ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର, କଟକ ଏବଂ ଅନୁଗୁଳରେ ଶୀତ ଲହରି ଅନୁଭୂତ ହୋଇଥିବା ବେଳେ ଝାରସୁଗୁଡ଼ାରେ ଭୀଷଣ ଶୀତ ଲହରି ଅନୁଭୂତ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande