ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ତିନିଦିନୀୟ ଜାତୀୟ ବେଦିକ ସେମିନାର ଶୁଭାରମ୍ଭ
ଜୟପୁର , 17 ନଭେମ୍ବର (ହି.ସ.) ତିନିଦିନିଆ ଜାତୀୟ ବେଦିକ ସେମିନାର ଆଜି, 17 ନଭେମ୍ବର 2025 ରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ରେ ଉଦ୍ଘାଟିତ ହୋଇଯାଇଛି । ସିଓଓର ସଂସ୍କୃତ ବିଭାଗ ଓ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନଙ୍କ ସଂଯୁକ୍ତ ଆୟୋଜନରେ ହୋଇଥିବା
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ତିନିଦିନୀୟ ଜାତୀୟ ବେଦିକ ସେମିନାର ଶୁଭାରମ୍ଭ


ଜୟପୁର , 17 ନଭେମ୍ବର (ହି.ସ.) ତିନିଦିନିଆ ଜାତୀୟ ବେଦିକ ସେମିନାର ଆଜି, 17 ନଭେମ୍ବର 2025 ରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ରେ ଉଦ୍ଘାଟିତ ହୋଇଯାଇଛି । ସିଓଓର ସଂସ୍କୃତ ବିଭାଗ ଓ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନଙ୍କ ସଂଯୁକ୍ତ ଆୟୋଜନରେ ହୋଇଥିବା ଏହି ସେମିନାର 19 ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଓ ବିଭିନ୍ନ ପ୍ରାଯୁକ୍ତିକ ଅଧିବେଶନରେ ବେଦ ଉପରେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା ହେବ ।

ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା; ଶ୍ରୀ ଳଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ମୂରଲୀ ମନୋହର ପାଠକ (ମୁଖ୍ୟ ଅତିଥି), ଓଡିଆ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସତ୍ରୁଘ୍ନ ପାଣିଗ୍ରାହୀ (ସମ୍ମାନନୀୟ ଅତିଥି ), ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସଂସ୍କୃତ ପ୍ରଫେସର ପାତଞ୍ଜାଳୀ ମିଶ୍ର (ବିଶେଷ ବକ୍ତା ), ସିୟୁଓର ଅର୍ଥ ଅଧିକାରୀ ଶ୍ରୀ ଦୁର୍ଯୋଧନ ସେଠୀ ଓ ସଂସ୍କୃତ ବିଭାଗର ଭରପ୍ରାପ୍ତ ମୂଖ୍ୟ ତଥା ସେମିନାର ସମ୍ପାଦକ ଡ଼ଃ ନବୀନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସେମିନାରର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ଏକ ବେଦିକ ଯଜ୍ଞର ସହ ଆରମ୍ଭ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ସେମିନାରର ସଫଳତା ପାଇଁ ତାଙ୍କ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଲେ।

ସଭାପତିତ୍ଵ ଉଦ୍ବୋଧନରେ ପ୍ରଫେସର ପଣ୍ଡା ବେଦମନ୍ତ୍ର ଓ ଏହାର ବ୍ୟାଖ୍ୟାରେ ଶାସ୍ତ୍ରଗୁଡିକର ଗୁରୁତ୍ୱକୁ ଉଦ୍ଧାର କରିଥିଲେ। ପ୍ରଫେସାର ପାଠକ କୋରାପୁଟ ଭଳି ସଂସ୍କୃତିକ ସମୃଦ୍ଧ ଅଞ୍ଚଳରେ ବେଦିକ ସେମିନାର ଆୟୋଜନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ବେଦକୁ ଦେଶର ଅମୂଲ୍ୟ ସମ୍ପଦ ବୋଲି ବାଖ୍ୟା କରିଥିଲେ। ସେ କହିଥିଲେ ଯେ ବେଦମନ୍ତ୍ରମାନଙ୍କ ସଠିକ୍ ବୁଝାମଣାରେ ତାହାର ପ୍ରକୃତ ଅର୍ଥ ପ୍ରକାଶିତ ହୁଏ।

ପ୍ରଫେସର ପତଞ୍ଜଲି ମିଶ୍ର ବେଦର ସାର୍ବଜନୀନ ଆଧ୍ୟାତ୍ମିକ ପ୍ରସଙ୍ଗିକତା ଏବଂ ତାହାଙ୍କ ସଠିକ୍ ଅଧ୍ୟୟନ ଓ ଉଚ୍ଚାରଣ ସମସ୍ୟା ବିଷୟରେ ଆଳୋଚନା କରିଥିଲେ। ସେ ବେଦଜ୍ଞାନର ଗହନତାକୁ ବ୍ରହ୍ମଜ୍ଞାନ ସହ ସମ୍ପର୍କିତ କରି ବ୍ୟାଖ୍ୟା କରିଥିଲେ। ପ୍ରଫେସର ପାଣିଗ୍ରାହୀ ବେଦର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ବର୍ଣ୍ଣନା କରି ‘ବେଦାଙ୍ଗ’—ଶିକ୍ଷା, କଳ୍ପ, ନିରୁକ୍ତ, ବ୍ୟାକରଣ, ଛନ୍ଦ ଓ ଜ୍ୟୋତିଷ—କେତେ ଜରୁରୀ, ତାହାକୁ ଉଲ୍ଲେଖ କରିଥିଲେ।

ଶ୍ରୀ ସେଠୀ ଏଭଳି ଗୁରୁତ୍ବପୂର୍ଣ୍ଣ ସେମିନାରର ଆୟୋଜନ ପାଇଁ ସଂସ୍କୃତ ବିଭାଗକୁ ଅଭିନନ୍ଦନ ଜଣାଇଲେ। ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଏକ ସାରସଂଗ୍ରହ ପୁସ୍ତିକାର ମୋଚନ କରାଯାଇଥିଲା ।

ଡ଼ଃ ପ୍ରଧାନ ସ୍ୱାଗତ ଭାଷଣ ଦେଲେ ଏବଂ ଡ଼ଃ ସଞ୍ଜିବ ସର୍କାର ଧନ୍ୟବାଦ ଜଣାଇଲେ। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂସ୍କୃତ ଶିକ୍ଷକ, ଶାସ୍ତ୍ରୀୟ ବିଦ୍ୱାନ ଓ ଛାତ୍ରଛାତ୍ରୀମାନେ ଉଦ୍ଘାଟନୀ ସଭାରେ ଯୋଗଦେଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande