ନୂତନ ଜିଲ୍ଲା ସଭାପତି ମନୋଜ ଜେନାଙ୍କୁ ସମ୍ବର୍ଦ୍ଧନା : କଂଗ୍ରେସ ଭବନରେ ଗୃହପୂଜା ସହ କର୍ମୀ ସମ୍ମିଳନୀ
କେନ୍ଦୁଝର, ୧୭ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନ ଆଜି ବେଶ ଚଳଚଞ୍ଚଳ ଥିଲା, ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେଡ଼ିକୁ ତଳେ ରଖି ଅଧିକ ଭୋଟ ପାଇ ଥିବାରୁ ପରାଜିତ ହେଲେ ମଧ୍ୟ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଜଣାପଡୁଥିଲେ। ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତି ଯୁବ
New congress president in office


କେନ୍ଦୁଝର, ୧୭ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନ ଆଜି ବେଶ ଚଳଚଞ୍ଚଳ ଥିଲା, ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେଡ଼ିକୁ ତଳେ ରଖି ଅଧିକ ଭୋଟ ପାଇ ଥିବାରୁ ପରାଜିତ ହେଲେ ମଧ୍ୟ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଜଣାପଡୁଥିଲେ। ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତି ଯୁବ ଚେହେରା ମନୋଜ କୁମାର ଜେନା ବିଧିବଦ୍ଧ ଭାବେ କଂଗ୍ରେସ ଭବନରେ ଗୃହ ପ୍ରବେଶ କରି ନିଜ ସଭାପତି ଚୌକିରେ ବସିଥିଲେ। ଏଥିଲାଗି କଂଗ୍ରେସ ଭବନର ନବକଳେବର କରାଯାଇଥିଲା। ସୁନ୍ଦର ସାଜସଜ୍ଜା ସହ ନୂଆ ଚେୟାର ଟେବୁଲ ପକା ଯାଇଥିଲା। ଅଫିସ ଘରେ ତେଣୁ ପୂଜା ପାଠର ଆୟୋଜନ ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ଲଳିତ କୁମାର ନାୟକ କର୍ତ୍ତା ହୋଇଥିଲେ। ତେବେ ଅପରାହ୍ନରେ ନୂତନ ସଭାପତିଙ୍କୁ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଲାବନ ଛକରୁ ପଟୁଆରରେ କଂଗ୍ରେସ ଭବନର ନୂତନ ଫାଟକ ଦେଇ ଅଫିସରେ ପ୍ରବେଶ କରାଇଥିଲେ। ଏହାପରେ ଜିଲ୍ଲା ସେବା ଦଳ ଅଧ୍ୟକ୍ଷ ବୀରଭଦ୍ର ମହାନ୍ତଙ୍କ ସଭାପତିଙ୍କୁ ସ୍ୱାଗତ କରି ଗାର୍ଡ ଅଫ ଅନର ଦିଆଯାଇ କଂଗ୍ରେସ ପତାକା ଉତ୍ତୋଳନ ହୋଇଥିଲା। ବନ୍ଦେ ମାତରଂ ଓ ଜନଗଣ ଗାନ କରାଯାଇଥିଲା। ଆଜି ଦେଢ଼ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀ ମାନେ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏଥିଲାଗି ପୂର୍ବତନ ଜିଲ୍ଲା ସଭାପତି ମୋହନ ଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଉପସ୍ଥିତ ରହି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଆର୍ଶୀବାଦ କରିଥିଲେ। ନିରଞ୍ଜନ ପଟ୍ଟନାୟକ ପିସିସି ଦ୍ୱାରା ଜଣେ ଯୁବକଙ୍କୁ ନିଯୁକ୍ତି ମିଳିଥିବାରୁ କଂଗ୍ରେସ ଜିଲ୍ଲାରେ ପୁଣି ଉଠି ଠିଆ ହେବ ବୋଲି କହିଥିଲେ। କଂଗ୍ରେସ ହିଁ କେବଳ ଲୋକଙ୍କ ଉନ୍ନତି କରିଛି ବାକି ସବୁ ଫମ୍ପା ଆବାଜ କରନ୍ତି ସେ କହି କଂଗ୍ରେସ ଉପରେ ଆସ୍ଥା ରଖିବାକୁ ନିବେଦନ କରିଥିଲେ। ଜୟଦେବ ଜେନା ସେହିପରି ଭୋଟ ଚୋରି କଥା କହି ଏହାର ପ୍ରତିକାର ହେବ କଂଗ୍ରେସ ଜିଲ୍ଲାରେ ଛଅ ବିଧାନସଭା ସିଟ ସହ ଲୋକସଭା ପୁଣି ଦଖଲ କରିବ, ଆଗାମୀ ଦିନରେ କେନ୍ଦୁଝର ସହରରେ ୧୫/୨୦ ହଜାର କଂଗ୍ରେସ କର୍ମୀଙ୍କୁ ନେଇ ଏକ ବିରାଟ କର୍ମୀ ସମ୍ମିଳନୀ ହୋଇ ଖୋଲା ଆଲୋଚନା ହେବ ବୋଲି ମଧ୍ୟ ସେ କହିଥିଲେ। ନୂତନ ସଭାପତି ଶ୍ରୀ ଜେନା ସମସ୍ତଙ୍କ ସହଯୋଗରେ ନିଶ୍ଚିତ ଲୋକଙ୍କ ଲାଗି ଲଢେଇ ହେବ, କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ ବୋଲି କହିଥିଲେ। ଆଜି କାର୍ଯ୍ୟକ୍ରମ ପରେ ଜିଲ୍ଲା କଂଗ୍ରେସର ଶକ୍ତି ବୃଦ୍ଧି ହୋଇଛି ବୋଲି ଆଲୋଚନା ହୋଇଥିଲା।

ଆଜି ଏହି ସଭାରେ ପୂର୍ବତନ ସାଂସଦ ରାଜ୍ୟ ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ସିଂହ ନାରାୟଣ ଲାଗୁରି, ଆଲୋକ ମିଶ୍ର, ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରି, ପ୍ରତିଭା ମଞ୍ଜରୀ ନାୟକ, ସଂଗ୍ରାମ ଦାସ, ଉତ୍ତମ ସାହୁ, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ହୃଷିକେଶ ନାୟକ, ଶୁଭମ ରାଜ, ସୁନେଶ ଧୀର, ସୁବ୍ରତ ଚକ୍ର, ଯଦୁମଣି ବାରିକ, ନିର୍ମଳ ନାୟକ, ପ୍ରମୋଦ ବେହେରା, ଗୌରହରି ନାୟକ, ସୁଢଳ କୁମାର ସେଠୀ, ହାଡିବନ୍ଧୁ ଖୁଣ୍ଟିଆ, ନିକୁଞ୍ଜ ମିଶ୍ର, ସୋନାଲି ମାରାଣ୍ଡି, ବସନ୍ତ ଦାସ, ରତ୍ନାକର ଜେନା, ଆର୍ତ୍ତ ଦାସ, କ୍ଷୀରୋଦ ଜେନା, ରଘୁନାଥ ଜେନା, ପୂର୍ଣ୍ଣ ଚନ୍ଦ୍ର ଦାସ, ରାଞ୍ଚି ନାୟକ, ମୁକୁନ୍ଦ ମହାନ୍ତ, ସଚ୍ଚିଦାନନ୍ଦ ମିଶ୍ର, ପ୍ରଦୀପ ଗିରି, ଶୁକଦେବ ମହାକୁଡ଼, ସବିତା ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande