
କେନ୍ଦୁଝର, ୧୭ ନଭେମ୍ବର(ହି.ସ.) – ଆଗାମୀ ଦିନରେ କେନ୍ଦୁଝରବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବ କଂଗ୍ରେସ୍ ଦଳ। ତୃଣମୂଳ ସ୍ତରରେ ଦଳ କିଭଳି ଏକଜୁଟ୍ ହୋଇ କାମ କରିବ, ସେନେଇ ଆଜି ଜିଲ୍ଲା କଂଗ୍ରେସ୍ ଭବନରେ ଆୟୋଜିତ ବୈଠକରେ ସହମତି ହୋଇଛି। ନୂତନ ଭାବେ ମନୋନିତ ଜିଲ୍ଲା ସଭାପତି ମନୋଜ କୁମାର ଜେନାଙ୍କର କଂଗ୍ରେସ୍ ଭବନରେ ଗୃହ ପ୍ରବେଶ ଉତ୍ସବ ଅବସରରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଅନ୍ୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତି ରକ୍ଷା କରିବା ସହ ଜିଲ୍ଲାର ସାମଗ୍ରୀକ ବିକାଶ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA