ବିକ୍ରମଦେବ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ଦ୍ୱିତୀୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ
ଜୟପୁର , 17 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ଦ୍ୱିତୀୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତି
ବିକ୍ରମଦେବ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ଦ୍ୱିତୀୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ


ଜୟପୁର , 17 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ଦ୍ୱିତୀୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି।

କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ କୁଳସଚିବ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁର ମହେଶ୍ୱର ନାୟକ,ଖେଳ ସଚିବ ସଚିନ କୁମାର ନାୟକ, ପିଇଓ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁର ଭାଗବତ ପ୍ରସାଦ ସିଂ ,ସରପଞ୍ଚ ପ୍ରଫୁଲ କ୍ରିସାନୀ,ପୂର୍ବତନ ବ୍ଲକ ଅଧକ୍ଷ କୃପାସିନ୍ଧୁ ମୁଦୁଲି,ସୋମନାଥ ମୁଦୁଲି,ଈଶ୍ୱର ଦାର୍ଲି ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି

ଲମତାପୁଟ ବ୍ଲକ ଅଧକ୍ଷା ତାପସ କୁମାର ଚାଲାଣ,ଓଏଭି ମିସିଙ୍ଗପୁଟ ଅଧକ୍ଷ ସାଗର କୁମାର ବେହେରା,ପେଟ ସମିତି ବଳ ଭଦ୍ର ପୁକିଆ,ବାଡ଼ିଗଡ଼ ରଘୁମଣୀ ଖିଲ,ସୁନା ଧର ଅଡାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଦ୍ୱିତୀୟର୍ଦ୍ଧ ଖେଳକୁ ନିଖିଳ କୁମାର ଟାକ୍ରୀ,ରହିତ ଗତନ ଓ ବଳରାମ ହନ୍ତାଲ ଲାଇନ ମେନ ଭାବେ ସହଯୋଗ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମକୁ ଲମତାପୁଟ ଡିଗ୍ରୀ କଲେଜ ଆୟୋଜିତ କରିଥିବା ବେଳେ ଅଧକ୍ଷ ପ୍ରବୀଣ କୁମାର ବିଷୋୟୀ,ମଧୁସୂଦନ ଖିଲ,ଦୀପକ କୁମାର ଟାକ୍ରି,ଆଶିଷ କୁମାର ଶତପଥୀ,ବାବୁଲା,ସତ୍ୟନାରାୟଣ ନାୟକ,ସାଗରିକ,ରଞ୍ଜିତା ଶିଶା,ସୁନିତା ମୁଦୁଲି,ରବି ନାରାୟଣ ସାମଲ,ସୁବାଷ ଚନ୍ଦ୍ର ଆଲଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିବା ବେଳେ ଜଗନ୍ନାଥ ଖେମୁଣ୍ଡୁ ଉପସ୍ଥିତ ରହି ଧାରା ବିବରଣୀ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande