ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗାନ୍ଧୀ ବାଳାଶ୍ରମ ଚାମ୍ପିୟନ୍
ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ-୨୦୨୫ ରେ ଭଦ୍ରକ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରୁଥିବା ଗାନ୍ଧୀ ଓଡ଼ିଶା ବ
GANDHI BALASHRAM CHAMPION PIC.


ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ-୨୦୨୫ ରେ ଭଦ୍ରକ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରୁଥିବା ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଫୁଟ୍‌ବଲ୍ ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇ ଏକ ସଂଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସମ୍ବଲପୁର ଜିଲ୍ଲା ଫୁଟ୍‌ବଲ୍ ଟିମ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିଆନ୍ ହେବା ସହ ୪୦୦ ମିଟର ରିଲେ ରେସ୍ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଭଦ୍ରକ ଜିଲ୍ଲାକୁ ଗୌøରବାନ୍ନିତ କରିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ନିର୍ଦ୍ଦେଶିକା ମୋନାଲିସା ଦେବତା, ୟୁନିସେଫ୍ ଓଡ଼ିଶା ମୁଖ୍ୟ ୱଲିୟମ୍ ହାନଲନ୍‌, ୟୁକୋ ବ୍ୟାଙ୍କର ଚିଫ୍ ଜେନେରାଲ ମ୍ୟାନେଜର ଗୌତମ ପାତ୍ରଙ୍କ ଠାରୁ ବାଳାଶ୍ରମଟିମ୍ ଚାମ୍ପିୟନ୍ ଟ୍ରଫି ଗ୍ରହଣ କରିଛନ୍ତି । ଏହି ବିଜୟ ପରେ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଭ୍ୟ, ସଭ୍ୟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ୟୁନିଟ୍‌ର ସମସ୍ତ ପଦାଧିକାରୀ, ବାଳାଶ୍ରମର ସମ୍ପାଦକଙ୍କ ସମେତ ବିଭିନ୍ନ ସଂଙ୍ଗଠନ ଓ ବ୍ୟକ୍ତି ବିଶେଷ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଟିମ୍‌କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁବ୍ରତ ଦାସ, ମହେଶ ଦାଶ, ଧୀରଜ ବାରିକ, ଦମୟନ୍ତୀ ଦାଶ ଓ ବାଳାଶ୍ରମର ଗୃହପିତା ଚନ୍ଦନ ସାହୁ ପରିଚାଳନା କରୁଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande