ଆଖଣ୍ଡଳମଣି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଧର୍ମଶାଳା,୧୭ ନଭେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବାଣୀପୀଠ ପରିସରରେ ନୂତନ ଆଖଣ୍ଡଳମଣି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବାଣୀପୀଠ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ସଭାପତି ତଥା ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକା
ଆଖଣ୍ଡଳମଣି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ


ଧର୍ମଶାଳା,୧୭ ନଭେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବାଣୀପୀଠ ପରିସରରେ ନୂତନ ଆଖଣ୍ଡଳମଣି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବାଣୀପୀଠ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ସଭାପତି ତଥା ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥୀ ଓ ତାଙ୍କ ଧର୍ମପତ୍ନୀ ଇନର ହୁଇଲ କ୍ଲବର ପୂର୍ବତନ ସଭାନେତ୍ରୀ ତଥା ସମାଜସେବୀ ମାଧୁରୀ ଶତପଥୀଙ୍କ ଉଦ୍ୟମରେ ପୁରାତନ ଛାତ୍ର ସଂସଦର ବହୁ କର୍ମକର୍ତା ଓ ସଦସ୍ୟ ମାନେ ଯୋଗଦେଇଥିଲ । ଏହି ଅବସରରେ ଅନୁଷ୍ଠିତ ଯଜ୍ଞରେ ବିଜୟ କୁମାର ଶତପଥୀ ଓ ମାଧୁରୀ ଶତପଥୀ କର୍ତା ଓ କର୍ତି ଭାବେ ଯୋଗଦେଇ ରୀତିନୀତି ଅନୁଯାୟୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପଣ୍ଡିତ ବିଜୟ କୁମାର କର ଓ ଆଲୋକ ପଣ୍ଡା ସମେତ ସହଯୋଗୀମାନେ କଳସ ଯାତ୍ରା ସହ ବିଗ୍ରହଙ୍କ ମହାସ୍ନାନ,ଜୀବନ୍ୟାସ, ନବଗ୍ରହ ସ୍ଥାପନ, ଧ୍ୱଜା ଓ ତ୍ରିଶୂଳ ଲାଗି କରାଯିବା ପରେ ମହାଦେବ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହି ସମୟରେ ସାଧୁସନ୍ଥ ଓ ପଣ୍‌ତିତଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । ଅତିଥି ଭାବରେ ସମାଜସେବୀ ମିନତୀ ସାହୁ ଯୋଗଦେଇ ମହାଦେବଙ୍କ ଦର୍ଶନ କରିଥିଲେ । ଧର୍ମଶାଳା ବାଣୀପୀଠର ପ୍ରଧାନ ଶିକ୍ଷକ ବାସୁଦେବ ରାଉଳ, ପୁରାତନ ଛାତ୍ର ପ୍ରଧ୍ୟାପକ ରମେଶ ଚନ୍ଦ୍ର ସିଂହ, ଉପଦେଷ୍ଟା ଜଗବନ୍ଧୁ ସ୍ୱାଇଁ, ସଂପାଦକ ଆଦିକନ୍ଦ ସ୍ୱାଇଁ, ଧରଣୀଧର ଦାଶ, କୋଷାଧ୍ୟକ୍ଷ ନୀଳମଣି ନାୟକ, ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି,ବିକ୍ରମ କେଶରୀ ମହାନ୍ତି, ସରପଞ୍ଚ ସୁମିତ୍ରା ସ୍ୱାଇଁ, ହରିହର ସାହୁ,କାର୍ତିକ ଚନ୍ଦ୍ର ସ୍ୱାଇଁ, ଜଳଧର ମହାନ୍ତି,ନିରଂଜନ ପଣ୍ଡା, ବିବେକାନନ୍ଦ ନାୟକ,ଅର୍ଜ୍ଜୁନ ପୃଷ୍ଟି, ପ୍ରାଧ୍ୟାପକ ଜଳଧର ସାହୁ, ଭିକାରୀ ମଲ୍ଲିକ, ମଦନ ମୋହନ ରାଉତ, କେଳୁଚରଣ ନାୟକ, ସହକାରୀ ଶିକ୍ଷକ ପ୍ରଭାତ କୁମାର କର ଓ ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲ । ଏଠାରେ ସୂଚନାଯୋଗ୍ୟ, ଧର୍ମଶାଳା ବାଣୀପୀଠର ତତ୍କାଳୀନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମହାନ୍ତି ଏକ କ୍ଷୁଦ୍ର ଆଖଣ୍ଡଳମଣି ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହା ସମୟ କ୍ରମେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ଧର୍ମଶାଳା ବାଣୀପୀଠର ପୂରାତନ ଛାତ୍ର ସଂସଦର ଉଦ୍ୟମ କ୍ରମେ ନୂତନ ଆଖଣ୍ଡଳମଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଏଭଳି ଉଦ୍ୟମକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande