କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ,ଆଇ ଆର ବି ଓ କାଇପଦର ବିଜୟୀ
ଖୋର୍ଦ୍ଧା 17 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ ପାଇକତିଗିରିଆ କୁ ୬୬ ରନ ରେ ପରାସ୍ତ କରିଛି ‌। ଆଇ ଆର ବି ଦଳ ପ୍ରଥମେ ବ୍ୟାଟିଂ କରି
କ୍ରିକେଟ୍


ଖୋର୍ଦ୍ଧା 17 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ ପାଇକତିଗିରିଆ କୁ ୬୬ ରନ ରେ ପରାସ୍ତ କରିଛି ‌। ଆଇ ଆର ବି ଦଳ ପ୍ରଥମେ ବ୍ୟାଟିଂ କରି ସୁଶୀଲ ପ୍ରଧାନ ଙ୍କ ୧୨୧ ରନ ସହାୟତାରେ ୧୫ ଓଭରରେ ୪ ୱ୍ବିକେଟ ହରାଇ ୧୯୯ ରନ କରିଥିଲେ। ପ୍ରତ୍ୟୁତ୍ତରରେ ପାଇକତିଗିରିଆ ଦଳ ସୋମନାଥ ପଲେଇ ଙ୍କ ୩୨ ରନ ସହାୟତାରେ ୧୫ ଓଭର ରୁ ୮ ୍ୱିକେଟ ହରାଇ ୧୩୩ ରନ ରେ ସୀମିତ ରହିଥିଲେ।ଆଇ ଆର ବି ଦଳର ଧର୍ମେନ୍ଦ୍ର ପ୍ରଧାନ ୩ ଟି ୍ୱିକେଟ ହାସଲ କରିଥିଲେ।ଶ୍ରେଷ୍ଠ ଖେଳାଳି ଭାବେ ସୁଶୀଲ ପ୍ରଧାନ ଅତିଥି ଅବନୀକାନ୍ତ ସାମନ୍ତରାୟ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ରେ କାଇପଦର ଦଳ ବୈଦେଶ୍ଵର ଦଳ କୁ ୮୨ ରନ ରେ ପରାଜିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି କାଇପଦର ଦଳ ନିର୍ଦ୍ଧାରିତ ୧୫ ଓଭର ରୁ ୭ ୍ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲେ। ଜବାବରେ ବୈଦେଶ୍ଵର ଦଳ ୧୦ ଓଭର ରେ ସମସ୍ତ ୍ୱିକେଟ ହରାଇ ୬୩ ରନ ରେ ସୀମିତ ରହିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ କାଇପଦର ଦଳର କୁଲଦୀପ ପାଇକରାୟ ଙ୍କୁ ଅତିଥି ଦିବ୍ୟସିଂହ ପାତ୍ର, ଭ୍ରମରବର ସାମନ୍ତରାୟ, ପ୍ରତାପ ମହାପାତ୍ର ପୁରସ୍କୃତ କରିଥିଲେ। ଏହି ଟୁର୍ନାମେଣ୍ଟକୁ ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ,ଟାଙ୍ଗୀଆପଡା ସରପଞ୍ଚ ସ୍ବର୍ଣ୍ଣପ୍ରଭା ସେଠୀ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଖେଳ ଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ବି ବି ରାଉତରାୟ, ଶୋଭାକର ପାତ୍ର ଏବଂ ବିଶ୍ୱବିହାରୀ ସ୍ୱାଇଁ ଓ ପ୍ରକାଶ ସାହୁ ସ୍କୋରର ଦାୟିତ୍ଵରେ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ । ମଙ୍ଗଳବାର ପ୍ରଥମ ମ୍ୟାଚ କଲ୍ୟାଣପୁର ବନାମ ଅରିସାଲ ଏବଂ ଦ୍ଵିତୀୟ ମ୍ୟାଚ ଭାଲିଆବାଡ଼ି ବନାମ ଶୁଆଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande