
ମାଲକାନଗିରି, ୧୭ ନଭେମ୍ବର (ହି.ସ.) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ କାଲିମେଳା, ମାଲକାନଗିରି ଠାରେ ଗତକାଲି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶ ସମୟ ସକାଳ ଘ ୧୦.୩୦ ମି. ଆରମ୍ଭ ହୋଇଥିଲା, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ଆରମ୍ଭ ହୋଇ ଥିଲା କବିତା ପାଠ, ଜିଲ୍ଲାର ଦୂର ଦୂରାନ୍ତରୁ ଆସିଥିବା କବି କବୟିତ୍ରୀ ମାନଙ୍କ ଠାରେ ଦେଖିବାକୁ ନୂତନ ଉନ୍ମାଦନ, ନୈସରଜକ ସ୍ଵନ୍ଦର୍ଯ୍ୟ ଭରା ପ୍ରକୃତିର ଭୂସ୍ବର୍ଗ ତିନି ରାଜ୍ୟର ଅନତି ଦୂରରେ ଶୁଭୁ ସାହିତ୍ୟ ଗୁରୁ ଗମ୍ଭୀର ନିନାଦ, ପ୍ରାୟ ପଚାଶ ଦଶ କବି କବୟିତ୍ରୀ ଏକତ୍ରିତ ହୋଇ ଏହି ସାହିତ୍ୟ ସଭାଟି କୁ କରିଥିଲେ ସାଫଲ୍ୟ ମଣ୍ଡିତ । ଏହି କବିତା ଆସରରେ କବି ଗୌରହରି ସାହୁ, ଚ଼ିତ୍ରକୋଣ୍ଡା ସଭାପତିତ୍ବ କରିଥିଲା ବେଳେ, କବିତା ସଂଯୋଜନା କରିଥିଲ କବି ପ୍ରଶାନ୍ତ ପରିଡ଼ା ଓ କବି ନିରୋଦ ଜେନା l
ଠିକ ମଧ୍ୟାହ୍ନ ୧୨ ଘଣ୍ଟା ୩୦ ମି. ସମୟ ଦ୍ୱିତୀୟ ଅଧିବେଶ ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସାହିତ୍ୟ ସଭାସଭାପତିତ୍ବ କରିଥିଲେ କରୁଣାକର ମଲ୍ଲିକ, ବିଶିଷ୍ଟ କବି ତଥା ସଭାପତି ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ଦଳେଇ ଡେପୁଟି ଡାଇରେକ୍ଟର ପ୍ଲାନିଂ ଏଣ୍ଡ ମନିଟରିଂ ୟୁନିଟ ମାଲକାନଗିରି ଜିଲ୍ଲା ମାଲକାନଗିରି, ବିଶିଷ୍ଟ ସମ୍ମାନିତ ଅତିଥି ଭାଗୀରଥି ବେହେରା, ବିଶିଷ୍ଟ ସାହିତ୍ୟିକ ତଥା ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ମାଲକାନଗିରି,
ସମ୍ମାନିତ ଅତିଥି ଅଧ୍ୟାପକ ଡ଼. ରଂଜନ କୁମାର ସ୍ୱାଇଁ, ବିଶିଷ୍ଟ ସଂଗଠକ ତଥା ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ, ସମ୍ମାନିତ ଅତିଥି ଭାବରେ ନବ କିଶୋର ମଲ୍ଲିକ, ଶିକ୍ଷାବିତ୍ ଓ ପ୍ରଧାନ ଶିକ୍ଷକ ଜବାନ ପାଲ୍ଲୀ ଉଚ ପ୍ରାଥମିକ ବିଦ୍ୟାଳୟ କାଲିମେଳା, ସମ୍ମାନିତ ଅତିଥି ପରିମଲ ମଣ୍ଡଲ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ ଓ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଡ. ପରମାନନ୍ଦ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟକ୍ଷ ପଡ଼ିଆ କନିଷ୍ଠ ମହାବିଦ୍ୟାଳୟ, ପଡ଼ିଆ । ଏହି ସଭାକୁ ସଂପାଦକ ଦୀନବଂଧୁ ବେଜ ସଂଚାଳନ କରିଥିଲା । ପରେଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ଶାରଦୀୟ ମହାପୂଜା ବିଶେଷାଙ୍କ ଆମ ଅଙ୍ଗୀକାର - ୨୦୨୫ ଓ ମୁଖ୍ୟ ଅତିଥିକ ହିନ୍ଦି ଅନୁବାଦ ପୁସ୍ତକ ୱହି ସ୍ୱାୱଲି ଲେଡ଼କି ର ଶୁଭ ଉନ୍ମୋଚନ ହୋଇଥିଲା!ଏହି ଅବସରରେ ଅନୁଷ୍ଠାନ ତରଫରୁ ଅଂଚଳ ରେ ଶିକ୍ଷା ର ବିଶେଷ ଉନ୍ନତି ପାଇଁଶିକ୍ଷାବିତ୍ ନବ କିଶୋର ମଲ୍ଲିକ, ଉମାଚ଼ରଣ ପଟ୍ଟନାୟକ ପ୍ରଧାନ ଶିକ୍ଷକ ଅନନ୍ତ ପାଲ୍ଲୀ ଉଚ୍ଚବିଦ୍ୟାଳୟ, ,ପ୍ରଶାନ୍ତ ସର୍ଦ୍ଦାର ମାଲକାନଗିରିଙ୍କୁ ଶିକ୍ଷା ଜ୍ୟୋତି ସମ୍ମାନ-୨୦୨୫ପ୍ରଦାନ କରାଯାଇଥିଲା! ସେହିପରି ଗୌରହରି ସାହୁ, ଚିତ୍ରକୋଣ୍ଡା, ଧନୁର୍ଜୟ ହନ୍ତାଳ ବାଲିମେଳା, ଅହଲ୍ୟା ସେନାପତି ଗୋବିନ୍ଦପାଲ୍ଲୀ,
ଶାରଦା ପ୍ରସାଦ ସିଂ କାଲିମେଳା, ପ୍ରଦୀପ ସରକାର ମାଲକାନଗିରି, ଚିତ୍ତରଂଜନ ବେଜ କାଲିମେଳା, ଶରତ କୁମାର ପଣ୍ଡା କାଲିମେଳା, ମମତା ପଣ୍ଡା କାଲିମେଳା, ବିଶ୍ୱନାଥ ଭୁଏ ମାଥିଲି ଙ୍କୁ ଲକ୍ଷ୍ମଣ ନାୟକ ସାରସ୍ବତ ସମ୍ମାନ-୨୦୨୫ପ୍ରଦାନ କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ ର ପ୍ରଧାନ ଶି କ୍ଷକ ଗୋଦାବରୀଶ ଦାସ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସଭାପତି କରୁଣାକର ମଲ୍ଲିକ ସଭା ସାଙ୍ଗ କରିଥିଲେ । କବିତାରେ ନୂତନ ନୂତନ ପ୍ରୟୋଗ କବିତାକୁ ଆହୁରି ହୃଦୟସ୍ପର୍ଶୀ କରିପାରେ ବୋଲି ମତ ପ୍ରକାଶ ପାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ